fbpx

ଗୃହକାର୍ଯ୍ୟ ବେଳେ ଉପସ୍ଥିତ ରହିବେ ଅଧିକାରୀ

ଭୁବନେଶ୍ୱର,୧୫ା୨(ଓଡ଼ିଶା ଭାସ୍କର): ଗୃହକାର୍ଯ୍ୟ ଚାଲୁଥିବା ବେଳେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ । ଗ୍ୟାଲେରୀରେ ଅଧିକାରୀମାନେ ଉପସ୍ଥିତ ରହିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଏନେଇ ନିଶ୍ଚିତ କରିବେ ବୋଲି ସେ କହିଛନ୍ତି । ଅନ୍ୟପଟେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ସିଧାସଳଖ ଗଣମାଧ୍ୟମରେ ପ୍ରକାଶ କରାଯାଇପାରିବ ନାହିଁ ବୋଲି ବାଚସ୍ପତି ଜାରି କରିଥିବା ରୁଲିଂକୁ ନେଇ ବିରୋଧୀ ହଟ୍ଟଗୋଳ କରିଥିଲେ । ଏହାପରେ ବାଚସ୍ପତି ସ୍ପଷ୍ଟୀକରଣ ଦେଇ ଶନିବାର କହିଛନ୍ତି ଯେ ଗତକାଲିର ରୁଲିଂ ଗୋଟିଏ ଦିନ ପାଇଁ ଥିଲା । ଗଣମାଧ୍ୟମରେ ଖବର ପ୍ରସାରଣ ଉପରେ ପ୍ରତିବନ୍ଧକ ପାଇଁ ରୁଲିଂ ଜାରି ହୋଇଥିଲା ।

Get real time updates directly on you device, subscribe now.