fbpx

ଗୋଟିଏ ପରିବାର ଚାରିଜଣଙ୍କୁ ନିର୍ମମ ଭାବେ ହତ୍ୟା

ସୁନ୍ଦରଗଡ଼, ୧୬ା୨(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାକାର ବଣାଇଥାନା ଶିବନାଥପୁର ମୁସାପାଲିରେ ଗୋଟିଏ ପରିବାରର ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ବଡ଼ ଭାଇ ସମେତ ୪ଜଣଙ୍କୁ ଟାଙ୍ଗିଆରେ ସାନ ଭାଇ ହତ୍ୟା କରିଛି । ବଡ଼ ଭାଇ, ଭାଉଜ ଓ ତାଙ୍କର ଦୁଇ ଶିଶୁଙ୍କୁ ହତ୍ୟା କରିଛି । କିନ୍ତ ହତ୍ୟା କାହିଁକି କରିଛି ଏପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଏନେଇ ଅଭିଯୁକ୍ତ ସାନଭାଇକୁ ଅଟକ ରଖି ପଚରାଉଚରା କରୁଛି ବଣାଇ ଥାନା ପୋଲିସ ।

Get real time updates directly on you device, subscribe now.