fbpx

Super Dancer Chapter 4 Winner ହେଲେ ଫ୍ଲୋରିନା ଗୋଗୋଇ, ପାଇଲେ ୧୫ ଲକ୍ଷ

ନୂଆଦିଲ୍ଲୀ: ଲୋକପ୍ରିୟ ଡ୍ୟାନ୍ସ ରିୟଲିଟି ଶୋ ସୁପର ଡ୍ୟାନ୍ସ ୪ର ବିଜେତା ହୋଇଛନ୍ତି ଆସାମର ଫ୍ଲୋରିନା ଗୋଗୋଇ । ତେବେ ଏହି ଶାନଦାର ଟ୍ରଫି ଜିତିବା ଅବସରରେ ଫ୍ଲୋରିନାଙ୍କୁ ୧୫ ଲକ୍ଷ ଟଙ୍କାର କ୍ୟାଶ୍ ପ୍ରାଇଜ୍ ପ୍ରଦାନ କରାଯାଇଛି । ଏହାଛଡ଼ା ଫ୍ଲୋରିନାଙ୍କ ସୁପର ଗୁରୁ ତୁଷାର ଶେଟ୍ଟିଙ୍କୁ ତାଙ୍କର ପରିଶ୍ରମ ଓ ଆକର୍ଷଣୀୟ କୋରିଓଗ୍ରାଫି ପାଇଁ ୫ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି ।

ଆସାମ ନିବାସୀ କ୍ୟୁଟ୍ ଲିଟିଲ୍ ଗାର୍ଲ ଫ୍ଲୋରିନାଙ୍କ ଫାଇନାଲରେ ଟପ ୫ କଣ୍ଟେଷ୍ଟାଣ୍ଟମାନେ କଡ଼ା ଟକ୍କର ଦେଇଥିଲେ । ମାତ୍ର ଫ୍ଲୋରିନା ସମସ୍ତଙ୍କୁ ପଛରେ ପକାଇ ଶୋର ବିଜେତା ପାଲଟି ଯାଇଥିଲେ । ଏହି ଶୋର ଦ୍ୱିତୀୟ ସ୍ଥାନରେ ପୃଥ୍ୱୀରାଜ, ତୃତୀୟ ସ୍ଥାନରେ ପଞ୍ଜାବର ସଞ୍ଜିତ, ଚତୁର୍ଥ ସ୍ଥାନରେ ନୀରଜା ଓ ପଞ୍ଚମ ସ୍ଥାନରେ ଇର୍ଷା ରହିବା ସହ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରାଇଜ୍ ପ୍ରଦାନ କରାଯାଇଛି । ତେବେ ସେ ବହୁତ ଖୁସି ଓ ଏକ୍ସାଇଟେଡ୍ ଥିବା ସହ ତାଙ୍କୁ ସପୋର୍ଟ କରିଥିବା ବ୍ୟକ୍ତିବିଶେଷଙ୍କୁ ଟ୍ରଫି ଜିତିବା ପରେ ଫ୍ଲୋରିନା ଧନ୍ୟବାଦ ଦେଇଥିଲେ ।

Get real time updates directly on you device, subscribe now.