fbpx
BJD SKY
BJD SKY

ପର୍ଯ୍ୟଟନଙ୍କୁ ଆକୃଷ୍ଟ କରୁଛି ଅସ୍ତରଙ୍ଗ, ଜାଣନ୍ତୁ ଏଠାରେ ଥିବା ଜାହାନିଆ ପୀର ପୀଠର କିମ୍ବଦନ୍ତୀ

BJD

ଭୁବନେଶ୍ୱର : ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଏକ ସୁନ୍ଦର ଗାଆଁ ହେଉଛି ଅସ୍ତରଙ୍ଗ । ଯାହା ଦେବୀ ନଦୀ କୂଳରେ ଅବସ୍ଥିତ । ସମୁଦ୍ର କୁଳର ଏହି ଗାଁ ଏକ ବଡ଼ ବାଣିଜ୍ୟିକ କେନ୍ଦ୍ର ଅଟେ । ବଙ୍ଗୋପସାଗର ଓ ଦେବୀ ନଦୀର ମିଳନ ସ୍ଥଳୀରେ ଥିବା ଏହି ସ୍ଥାନରେ ଏକ ମାଛଧରା ବନ୍ଦର ମଧ୍ୟ ରହିଛି । ଶୀତ ଆରମ୍ଭ ହେଲା ମାନେ ଏଠାକୁ ଛୁଟେ ପର୍ଯ୍ୟଟନ ମାନଙ୍କ ଭିଡ଼। କାହିଁ କେତେ ଦୂରରୁ ଏଠାକୁ ଲୋକ ଆସନ୍ତି । ବଙ୍ଗୋପସାଗର ନିକଟରେ ଥିବା ଅସ୍ତରଙ୍ଗ ପାଖରେ ଅନେକ ରମଣୀୟ ସ୍ଥାନ ରହିଛି । ଏଠାରେ ଥିବା ଜାହାନିଆ ପୀର ପୀଠ ବିଶେଷ ପ୍ରସିଦ୍ଧ । ଏହା ଏକ ବଣଭୋଜି ସ୍ଥାନ ଭାବେ ସ୍ଥାନୀୟ ଅଞ୍ଚଳରେ ଖୁବ ଲୋକପ୍ରିୟ ଅଟେ । ଆଉ ଏଠାରେ ଥିବା ଝାଉଁବଣରେ ବଣ ଭୋଜୀ କରିବାର ଅନୁଭୂତି ବେଶ ନିଆଁରା ।

ଏହି ସମୁଦ୍ର ମୁହାଣରେ ଥିବା ପୀଠ ଭାଇଚାରାର ବାର୍ତ୍ତା ବହନ କରିଥାଏ । କାରଣ ଏଠାରେ ଥିବା ପୀର ବାବାଙ୍କୁ ଉଭୟ ହିନ୍ଦୁ ଏବଂ ମୁସଲମାନ ମାନେ ପୂଜା କରି ଆସୁଛନ୍ତି । ତେବେ ଏହାକୁ ନେଇ ଅନେକ ଲୋକକଥା ଆଉ କିମ୍ବଦନ୍ତୀ ଥିବା ବେଳେ ଷୋଡଶ ଶତାବ୍ଦୀରେ ବାଗଦାରୁ ଜଣେ ମୁସଲିମ ସନ୍ଥ ପୀରମୁକୁଦନ ଜାହାନିଆ ଜାହଗାଷ୍ଟାର ଭାରତ ଭ୍ରମଣରେ ଆସିଥିଲେ । ସେ ଅସ୍ତରଙ୍ଗ ଠାରେ ଆସି ପହଞ୍ଚିବା ପରେ ସମୁଦ୍ର କୂଳରେ ରହି ଏଠାକାର ଲୋକମାନଙ୍କ ସମସ୍ୟା ଦୂର କରୁଥିଲେ । ତେବେ ଧୀରେ ଧୀରେ ତାଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଲା । ଆଉ ବହୁ ଦୂରାନ୍ତରୁ ଲୋକମାନେ ଆସି ତାଙ୍କୁ ପୂଜାଅର୍ଚ୍ଚନା କରିବାକୁ ଲାଗିଲେ । ଏବଂ ଏହାପରେ ସେହି ସ୍ଥାନ ପୀର ପିଠ ଭାବରେ ନାମିତ ହୋଇଗଲା ।

ବିଭିନ୍ନ ସ୍ଥାନରେ ହିନ୍ଦୁ ମୁସଲିମଙ୍କୁ ନେଇ ଅନେକ ବିବାଦ ମତଭେଦ ଦେଖା ଯାଉଥିବା ବେଳେ କିନ୍ତୁ ଏହିସ୍ଥାନ ଭାଇଚାରାର ସଙ୍କେତ ଦେଇଥାଏ । ଏଠାରେ କେବେ ହେଲେ ଏପରି କିଛି ବିବାଦ ଦେଖାଦେଇ ନାହିଁ । କିନ୍ତୁ ଏହି ସ୍ଥାନ ବର୍ତ୍ତମାନ ସୁଦ୍ଧା ଲୁକାୟତ ଏବଂ ଅବହେଳିତ ଅବସ୍ଥାରେ ରହିଛି ।

ଏହାକୁ ଯଦି ବିକାଶ ସ୍ରୋତରେ ଆଗକୁ ନିଆଯାଏ ତେବେ ଏଠାକୁ ବହୁ ପର୍ଯ୍ୟଟନ ଆସିପାରନ୍ତି । ଏହା ଛଡା ଏହି ସ୍ଥାନର ପ୍ରଚାର ପ୍ରସାର ଯଦି ହୁଏ ଏହି ସ୍ଥାନର ବିକାଶ ମଧ୍ୟ ହୁଅନ୍ତା । ତେବେ ରାଜ୍ୟ ସରକାର ଏହା ପ୍ରତି ଟିକିିଏ ତତ୍ପରତା ଦେଖାଇବା ଆବଶ୍ୟକ ।

Get real time updates directly on you device, subscribe now.