fbpx

ରାଶିଫଳ (୧୪ା୫ା୨୦୨୦, ଗୁରୁବାର)

ମେଷ -ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଗିତ ବଜାନ୍ତୁ ଓ ବନ୍ଧୁମାନଙ୍କ ସହ ଖୁସି ମଜ୍ଜା କରନ୍ତୁ ।
ବୃଷ -ଆଜି ଆପଣଙ୍କ ଭାଗ୍ୟରେ ହଠାତ୍ ପରିବର୍ତ୍ତନ ହେବ । ଆପଣଙ୍କ କାର୍ଯ୍ୟ ଆପଣଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଦେବ ।ଆପଣଙ୍କ ଭଲ ଗୁଣ ଯୋଗୁଁ ଆଜି ଆପଣଙ୍କର ନୂଆ ବନ୍ଧୁ ହେବ ଏବଂ କିଛି ବ୍ୟବସାୟୀଙ୍କ ସହ ମଧ୍ୟ ଆପଣଙ୍କର ଭଲ ସମ୍ବନ୍ଧ ହୋଇପାରିବ ।
ମିଥୁନ -ଆଜି ଆପଣଙ୍କର ବାହାରକୁ ଯାଇ ଲୋକମାନଙ୍କ ସହ ସାକ୍ଷାତ କରିବାପାଇଁ ଇଛାହେବ । ଆଜି ଆପଣ ଦ୍ୱିଧାରେ ଅଛନ୍ତି । ଆପଣ ନିଜ ବନ୍ଧୁଙ୍କ ସହ ବାହାରକୁ ବୁଲିବା ପାଇଁ ଯାଆନ୍ତୁ ।
କର୍କଟ -ଆଜି ଆପଣ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଆପଣ ହୁଏତ ଆପଣଙ୍କର ପୁରୁଣା ବନ୍ଧୁମାନଙ୍କୁ ମନେ ପକାଉଛନ୍ତି । ସେମାନଙ୍କ ସହ ସାକ୍ଷାତ ପରେ ଆପଣ ବହୁତ ଖୁସିହେବେ ।
ସିଂହ -ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।
କନ୍ୟା-ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।
ତୁଳା -ଆଜି ଆପଣ ଭାବିବେ ଯେ ଘର ଏବଂ କାର୍ଯ୍ୟାଳୟର କାର୍ଯ୍ୟରୁ ନିବୃତ ରହି ପ୍ରକୃତିର ଆନନ୍ଦ ଅନୁଭବ କରିବାପାଇଁ । ଆପଣ ନିଜର ମନୋମାଳିନ୍ୟ ସବୁ ପାଶୋରି ଦେଇ ନିଜ ମନକୁ ଶାନ୍ତ କରିବାପାଇଁ ଚାହୁଁଛନ୍ତି ।
ବିଛା -ଆଜି ଆପଣଙ୍କ ଚିରାଚରିତ ଦିନଚର୍ଯ୍ୟା ବଦଳି ଯିବ । ଏହା ବୋଧହୁଏ ଆପଣଙ୍କ ଘରେ ବିବାହ ସମାରୋହ କାରଣରୁ ହେବ ।
ଧନୁ -ଆଜି ଆପଣଙ୍କୁ ବହୁତ ଧନ,ମାନ,ଯଶ ଏବଂ ସଫଳତା ମିଳିବ । ଆଜି ଆପଣ ଏମିତି ସ୍ଥିତିରେ ଅଛନ୍ତି,ଯେ ନିଜ ବିଚାରକୁ କାର୍ଯ୍ୟରେ ପରିଣତ କରିପାରିବେ ।

ମକର -ଆଜି ଆପଣ କୌଣସି ଶାନ୍ତ ପରିବେଶରେ ଧ୍ୟାନସ୍ଥ ହୁଅନ୍ତୁ । ଆପଣ ଲମ୍ବା ସମୟରୁ ବହୁତ କଠିନ ପରିଶ୍ରମ କରି ଆସୁଛନ୍ତି । ଏହି ବିରତି ଆପଣଙ୍କ ପାଇଁ ବହୁତ ଭଲ ଅଟେ । ଧ୍ୟାନ ମଗ୍ନ ହେବା ହେତୁ ଆପଣ ନିଜକୁ ନକାରାତ୍ମକତା ରୁ ରୋକିପାରିବେ ।
କୁମ୍ଭ -ଆଜି ଆପଣଙ୍କ ମନ ଓ ମସ୍ତିସ୍କ ଖୁବ୍ ମଜ୍ଜାରେ ରହିବ । ଆପଣଙ୍କ ମନ କାମରେ ବିଲକୁଲ ଲାଗିବନି ହୁଏତ ଆପଣ ନିଜ ଦାୟୀତ୍ତ୍ୱମାନ ମଧ୍ୟ ଉତ୍ତମ ରୁପେ ତୁଲାଇ ପାରିବେନି
ମୀନ -ନିଜର ଘରର ଦରଜାକୁ ଠିକ୍ ଭାବେ ବନ୍ଦ ରଖନ୍ତୁ । ନଚେ଼ତ୍ ଆପଣ କ୍ଷତି ସହି ପାରନ୍ତି । ଘରର ସୁରକ୍ଷା ବିଷୟରେ ଧ୍ୟାନ ଦିଅନ୍ତୁ । ନହେଲେ କ୍ଷତି ସହିବାକୁ ପଡ଼ିପାରେ । ନିଜର ମୂଲ୍ୟବାନ ବସ୍ତୁକୁ ଏଠି ସେଠି ପକାନ୍ତୁ ନାହିଁ ।

Get real time updates directly on you device, subscribe now.