fbpx

ମିଳିତ ଜାତିସଂଘରେ ରୁଷ ପ୍ରସ୍ତାବ ବହୁମତରେ ଗୃହୀତ, ସପକ୍ଷରେ ଭୋଟ୍ ଦେଲା ଭାରତ, ବିରୋଧ କଲେ ୫୨ ଦେଶ

AAKASH

ନୂଆଦିଲ୍ଲୀ: ମିଳିତ ଜାତିସଂଘର ମହାସଭାରେ ରୁଷର ପ୍ରସ୍ତାବ ଉପରେ ମତଦାନ ହୋଇଛି। ଏଥିରେ ଭାରତ ରୁଷ ସମର୍ଥନରେ ଭୋଟିଂ କରିଛନ୍ତି। ‘ନାଜିବାଦୀଙ୍କ ମହିମାମଣ୍ଡନର ମୁକାବିଲା’ ରୁଷର ଏହି ପ୍ରସ୍ତାବ ବହୁମତ ସହ ଗୃହୀତ ହୋଇଛି ଏବଂ ସମିତି ଡ୍ରାଫ୍ଟକୁ ଆନୁଷ୍ଠାନିକ ଭାବେ ମଞ୍ଜୁରୀ ଦେଇଛନ୍ତି। ପ୍ରସ୍ତାବ ସମର୍ଥନରେ ୧୦୫ ଦେଶ ଏବଂ ବିପକ୍ଷରେ ୫୨ ଦେଶ ଭୋଟ୍ କରିଥିବା ବେଳେ ୧୫ ଦେଶ ମତଦାନରୁ ବିରତ ରହିଛନ୍ତି।

ମିଳିତ ଜାତିସଂଘର ମହାସଭା ବୈଠକରେ କମିଟି ମୋଟ୍ ଆଠ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ରୁଷ ପକ୍ଷରୁ ଆଗତ ପ୍ରସ୍ତାବରେ ସ୍ଵଦେଶୀ ଲୋକଙ୍କ ଅଧିକାର, ଡିଜିଟାଲ୍ ଯୁଗରେ ଗୋପନୀୟତା, ନାଜିବାଦୀଙ୍କ ମହିମାମଣ୍ଡନର ନିନ୍ଦା ସାମିଲ୍। ଏହି ଅବସରରେ ଭାରତୀୟ ପ୍ରତିନିଧି କହିଛନ୍ତି, ଏହି ପ୍ରସ୍ତାବର ସଂକଳ୍ପ ସର୍ବସମ୍ମତିକ୍ରମେ ଜଡିତ ରହିଛି। କାରଣ ସ୍ଵଦେଶୀ ଲୋକଙ୍କ ଅବଧାରଣା ଦେଶ ସଂଦର୍ଭରେ ଲାଗୁ ହୁଏ ନାହିଁ।

ରୁଷର ପ୍ରସ୍ତାବରେ ନାଜି ଆନ୍ଦୋଳନ, ନବ ନାଜିବାଦୀ ଏବଂ ଓ୍ଵେଫେନ ଏସଏସ ସଂଗଠନର ପୂର୍ବତନ ସଦସ୍ୟ, ସ୍ମାରକ ତିଆରି କରିବା ଏବଂ ନାଜି ଅତୀତକୁ ମହିମାମଣ୍ଡନ କରିବା ପାଇଁ ସାର୍ବଜନୀନ କାର‌୍ୟ୍ୟକ୍ରମକୁ ନେଇ କମିଟି ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ମିଳିତ ଜାତିସଂଘ ନିଜ ବୟାନରେ କହିଛନ୍ତି ଯେ, ରୁଷ ସଂଘର ପ୍ରତିନିଧି ଜାତିବାଦ ଏବଂ ଜେନୋଫୋବିକକୁ ନେଇ ବଢୁଥିବା ଘୃଣାକାରୀ ବୟାନବାଜି ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି। ଇସଲାମୋଫୋବିଆ, ଏଫ୍ରୋଫୋବିଆ ଏବଂ ବିରୋଧୀବାଦ ବିରୋଧରେ ପ୍ରବାସୀ ଏବଂ ଶରଣାର୍ଥୀଙ୍କ ନିବାର୍ସନ କରିବାକୁ ଆହ୍ଵାନ କରାଯାଇଛି।

Get real time updates directly on you device, subscribe now.