fbpx
BJD SKY
BJD SKY

ଅତାବିରା ଏନଏସି ନିର୍ବାଚନ: ୧୨ଟି ୱାର୍ଡରୁ ୧୧ଟିରେ ବାଜି ମାରିଲା ବିଜେଡି

BJD

ବରଗଡ଼(ଓଡ଼ିଶା ଭାସ୍କର): ବରଗଡ଼ ଅତାବିରା ଏନଏସି ନିର୍ବାଚରେ ବାଜି ମାରିଛି ବିଜେଡି । ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କେବଳ ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡିଛି । ଅତାବିରା ୱାର୍ଡ ନମ୍ବର ୧ରେ କଂଗ୍ରେସର ଦାପକ ରାୟ ବିଜୟୀ ହୋଇଥିବା ସୂଚନା ମିଳିଛି । ସେହିପରି ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିର ବନମାଳୀ ବରିହା ବିଜୟୀ ବିଜୟୀ ହୋଇଛନ୍ତି ।

ତେବେ ଅତାବିରା ଓ ହିନ୍ଦୋଳ ଏନଏସି ପାଇଁ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଅତାବିରାର ବ୍ଲକ ଅଫିସ ଷ୍ଟ୍ରଙ୍ଗ ରୁମରେ ଇଭିଏମ ରହିଛିା ଏସବୁର ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛିା ସେହିପରି ହିନ୍ଦୋଳରେ ୨ଟି ଟେବୁଲରେ ୧୬ଟି ୱାର୍ଡ଼ର ଭୋଟ ଗଣତି ହେବ । ୧୬ଟି ବୁଥ ପାଇଁ ୧୬ ରାଉଣ୍ଡ ଗଣତି ହେବ । ଉଭୟ ସିଟରେ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।

ଏପ୍ରିଲ ୩ ତାରିଖରେ ଅତାବିରା ଓ ହିନ୍ଦୋଳ ଏନଏସି ପାଇଁ ମତଦାନ ହୋଇଥିଲା । ହିନ୍ଦୋଳ ଏନଏଏସିରେ ମୋଟ ୮୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଅତାବିରା ଏନଏସିରେ ୭୪ପ୍ରତିଶତ ଭୋଟଗ୍ରହଣ ହୋଇଥିଲା । ହିନ୍ଦୋଳ ଏନଏସିର ୧୬ଟି ୱାର୍ଡରେ କାଉନସିଲର ପଦବୀ ନିମନ୍ତେ ମୋଟ ୫୦ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୩ଜଣ ପ୍ରାର୍ଥୀ ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେହିପରି ଅତାବିରା ଏନଏସିର ୧୨ଟି ୱାର୍ଡରେ କାଉନସିଲର ପଦବୀ ପାଇଁ ୩୯ଜଣ ପ୍ରାର୍ଥୀ ଓ ଅଧ୍ୟକ୍ଷ ପଦବୀ ପାଇଁ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତେବେ ସୁରକ୍ଷା ପାଇଁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୨ ASP, ୪ DSP, ୫ ଇନ୍ସପେକ୍ଟର, ୨୨ SIଙ୍କୁ ଦାୟିତ୍ଵ ଦିଆଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.