fbpx
BSKY
BJD MC SKY
BJD YOUTH SKY

ବାଜପେୟୀଙ୍କ ବାୟୋପିକକୁ ନେଇ ବଡ ଘୋଷଣା, ପୂର୍ବତନ ପିଏମଙ୍କ ଚରିତ୍ରରେ ଅଭିନୟ କରିବେ ପଙ୍କଜ ତ୍ରିପାଠୀ

ମୁମ୍ବାଇ:  ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାପଜେୟୀଙ୍କ ଆତ୍ମଜୀବନି ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର। ଆଉ ଏହି ବାୟୋପିକ ଚଳଚ୍ଚିତ୍ରରେ ଅଭିନୟ କରିବେ ପ୍ରତିଷ୍ଠିତ ଅଭିନେତା ପଙ୍କଜ ତ୍ରିପାଠୀ। ଏହି ପରି ଜଣେ ମାନବୀୟ ରାଜନେତାଙ୍କ ଚରିତ୍ରରେ ଅଭିନୟ କରିବା ମୋ ପାଇଁ ସମ୍ମାନର କଥା ବୋଲି ପଙ୍କଜ ତ୍ରିପାଠୀ କହିଛନ୍ତି। ସେ କେବଳ ଜଣେ ରାଜନେତା ନଥିଲେ, ବରଂ ବହୁ ଉର୍ଦ୍ଧ୍ଵରେ ଥିଲେ। ସେ ଜଣେ ଉତ୍କୃଷ୍ଟ ଲେଖକ ଏବଂ ପ୍ରସିଦ୍ଧ କବି ଥିଲେ। ତାଙ୍କ ସ୍ଥାନରେ ରହିବା ଏକ ଭିନ୍ନ ଅନୁଭବ। ମୋ ପରି ଜଣେ ଅଭିନେତାଙ୍କ ପାଇଁ ବିଶେଷାଧିକାର ବୋଲି ପଙ୍କଜ ତ୍ରିପାଠୀ କହିଛନ୍ତି।

ନିର୍ମାତାଙ୍କ ଅନୁଯାୟୀ, ତିନି ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ରବି ଯାଦବ ଫିଲ୍ମର ନିର୍ଦ୍ଦେଶନା ଦେବେ। ଯାଦବ ମରାଠୀ ଫିଲ୍ମ ଜଗତର ଜଣେ  ପ୍ରସିଦ୍ଧ ନିର୍ଦ୍ଦେଶକ ଏବଂ ଜଣେ ଭଲ ଲେଖକ। ଏହା ଉପରେ ରବି ଯାଦବ କହିଛନ୍ତି, ଜଣେ ଫିଲ୍ମ ନିର୍ଦ୍ଦେଶକ ଭାବେ ଅଟଳ ଜୀଙ୍କ ଆତ୍ମଜୀବନି ଉପରେ ଲେଖିବା ଏବଂ ନିର୍ଦ୍ଦେଶନା ଦେବା ମୋ ପାଇଁ ଏକ ଗୌରବର ବିଷୟ। ପୁଣି ପଙ୍କଜ ତ୍ରିପାଠୀଙ୍କ ପରି ଏକ ଅନୁକରଣୀୟ ଅଭିନେତା ଅଟଳଜୀଙ୍କ କାହାଣୀକୁ ପରଦାରେ ଆଣିବେ ବାସ୍ତବରେ ବେଶ ରୋଚକ ରହିବ। ମୁଁ ଆଶା କରୁଛି ମୁଁ ଅଟଳଙ୍କ ସହିତ ଲୋକଙ୍କ ଆଶାକୁ ପୂରା କରି ପାରିବି।

ନିର୍ମାତା ବିନୋଦ ଭାନୁଶାଳୀ କହିଛନ୍ତି, ଯେବେଠୁ ଆମେ ଫିଲ୍ମ ଉପରେ ଆଲୋଚନା ଆରମ୍ଭ କଲୁ, ତେବେଠୁ ଆମେ ସର୍ବସମ୍ମତି କ୍ରମେ ପଙ୍କଜ ତ୍ରିପାଠୀଙ୍କୁ ଅଟଳ ଜୀଙ୍କ ଭୂମିକାରେ ଅଭିନୟ ପାଇଁ ନେବୁ ବୋଲି ନିଷ୍ପତ୍ତି ନେଇଥିଲୁ। ଆମେ ଭାରତର ଚମତ୍କାର ଅଭିନେତାଙ୍କ ମଧ୍ୟରୁ ଜଣଙ୍କୁ ନିଜ ଫିଲ୍ମରେ ନେବା ନେଇ ପ୍ରସନ୍ନ।

ନିର୍ମାତା ସନ୍ଦୀପ ସିଂ କହିଛନ୍ତି, ଭାରତ ଖୁବ୍ ଶୀଘ୍ର ଅଟଳ ଜୀ ଏବଂ ତାଙ୍କ ରାଜନୈତିକ ବିଚାରଧାରା ଜୀବନର ଉତ୍ସବ ପାଳନ କରିବାକୁ ଯାଉଛି। କାହାଣୀକୁ ଜୀବନ୍ତ କରିବା ଲାଗି ଆମ ପାଖରେ ପଙ୍କଜ ଜୀ ଏବଂ ରବି ଜୀଙ୍କ ଏକ ଶକ୍ତିଶାଳୀ ଯୋଡି ରହିଛନ୍ତି। ଆମର ଲକ୍ଷ୍ୟ ଏହି ଫିଲ୍ମକୁ ୨୦୨୩ କ୍ରିସମାସରେ ରିଲିଜ୍ କରାଯିବ। ପୁଣି ଏହି ଦିନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜନ୍ମ ଜୟନ୍ତୀ।

Get real time updates directly on you device, subscribe now.