fbpx

ରାହୁଲଙ୍କୁ ବୋମାରେ ଉଡ଼େଇ ଦେବାକୁ ମିଳିଲା ଧମକ.. ମିଠା ଦୋକାନରୁ ମିଳିଲା ଚିଠି

ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଇନ୍ଦୋରରେ ପହଞ୍ଚିବା ପରେ ତାଙ୍କୁ ବୋମାରେ ଉଡ଼େଇ ଦେବାକୁ ଧମକ ମିଳିଛିି । ଜୁନି ଇନ୍ଦୋର ପୋଲିସ ଥାନା ପରିସରରେ ଥିବା ଏକ ମିଠା ଦୋକାନରେ ଏକ ଧମକପୂର୍ଣ୍ଣ ଚିଠି ମିଳିଥିବା ଜଣା ପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଜୁନି ଇନ୍ଦୋର ପୋଲିସ ଥାନା ପରିସରରେ ଥିବା ସିସିଟିଭି ଫୁଟେଜକୁ ଭଲ ଭାବେ ଯାଞ୍ଚ କରୁଛି । ତେବେ ପାଖାପାଖି ୨୪ ନଭେମ୍ବରରେ , ରାହୁଲ ଗାନ୍ଧୀ ଇନ୍ଦୋରର ଖାଲସା ଷ୍ଟାଡିୟମରେ ରାତି ବିଶ୍ରାମ କରିବେ ବୋଲି ଜଣା ପଡ଼ିଛି । ଅନ୍ୟପଟେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଜୁନି ଇନ୍ଦୋର ପୋଲିସ ଏବଂ କ୍ରାଇମ ବ୍ରାଞ୍ଚ ମିଳିଥିବା ଧମକପୂର୍ଣ୍ଣ ଚିଠି କୁ ଖୋଜିବାରେ ଲାଗି ପଡ଼ିଛନ୍ତି । ତେବେ ଏହି ଚିଠି ମିଲିବା ପରେ ସାରା ଦେଶରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ପାଦରେ ‘ଭାରତ ଯୋଡ଼ୋ ଯାତ୍ରା’ କରୁଛନ୍ତି । ଭାରତ ଯୋଡ଼ୋ ଯାତ୍ରା ୨୦ ନଭେମ୍ବରରେ ମଧ୍ୟପ୍ରଦେଶରେ ପ୍ରବେଶ କରିବ । କଂଗ୍ରେସ ନେତାମାନେ ଏହି ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ଚାଲିବାକୁ ପ୍ରସ୍ତୁତ ହେଉଛନ୍ତି । କଂଗ୍ରେସ ନେତା ତଥା ନଗର ସଭାପତି ରବି ଭଦୋରିଆ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ପ୍ରତି ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ସମସ୍ତ ଶ୍ରେଣୀର ଲୋକମାନେ ସିଧାସଳଖ ଭାରତ ଯୋଡ଼ୋ ଯାତ୍ରା ସହିତ ସଂଯୋଗ ହେଉଛନ୍ତି । ଏହି ଯାତ୍ରା ମାଲୱା ଅଞ୍ଚଳରେ ଜୋରସୋରରେ ଚାଲିବ ବୋଲି ସୂଚନା ମିଳିଛି । ହଜାର ହଜାର ଯୁବକ ଭାରତ ଯୋଡୋ ଯାତ୍ରାର ଏକ ଅଂଶ ହେବେ ।

Get real time updates directly on you device, subscribe now.