fbpx

ମା’ ସହ କୋଳରେ ଥିବା ଛୁଆ ଗଲା ଜେଲ.. ୯ମାସର ଗର୍ଭବତୀ ବର୍ତ୍ତମାନ ଜେଲରେ ଜନ୍ମ ଦେବେ ଆଉ ଏକ ସନ୍ତାନ ।

ନୂଆଦିଲ୍ଲୀ: ଅଢେଇ ବର୍ଷର ନିରୀହ ଶିଶୁକୁ ନିଜ ମା’ କର୍ମଫଳର ଦଣ୍ଡ ଭୋଗିବାକୁ ପଡ଼ୁଛି । ପ୍ରେମୀ ହତ୍ୟାକାଣ୍ଡରେ ସାମିଲ ଥିବା ମହିଳା ଜେଲ ଯିବା ଫଳରେ ମହିଳାଙ୍କ ନିରୀହ ଶିଶୁ ମଧ୍ୟ ଜେଲ ଯାଇଛି । ତେବେ ଅଭିଯୁକ୍ତ ମହିଳାଙ୍କ ଗର୍ଭରେ ୯ ମାସର ସନ୍ତାନ ଥିବା ଜଣା ପଡ଼ିଛି । କିଛି ଦିନ ମଧ୍ୟରେ ଜେଲ କୋଠରୀରେ ସେ ଏକ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି ।

ସୂଚନା ଅନୁସାରେ ବିହାର ଆରା ଅଞ୍ଚଳରେ ଜଣେ ମା’ର ଅନୈତିକ ସମ୍ପର୍କ ପାଇଁ ତାଙ୍କ ଅଢେଇ ବର୍ଷର ନିରୀହ ଶିଶୁକୁ ଦଣ୍ଡ ଭୋଗିବାକୁ ପଡ଼ିଛି । ମହିଳା ନିଜ ପ୍ରେମିକକୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କୁ ଜେଲ ଦଣ୍ଡ ହୋଇଛି । ଫଳରେ ତାଙ୍କ ଶିଶୁକୁ ମଧ୍ୟ ଜେଲ ଯିବାକୁ ପଡ଼ିଛି । ତେବେ ଏହି ଘଟଣାଟି କୃଷ୍ଣାଗଡ଼ ଥାନା ଅନ୍ତର୍ଗତ ସୋହରା ଗାଁର ବୋଲି ଜଣା ପଡ଼ିଛି ।

ଗତ ସୋମବାର ସେହି ନିରୀହ ଶିଶୁଟିର ମା’ ରୁବି ଦେବୀଙ୍କୁ ତାଙ୍କ ପ୍ରେମିକ ଚନ୍ଦନ ତିୱାରୀ ଭେଟିବାକୁ ଆସିଥିଲେ । ତେବେ ରୁବି ଓ ଚନ୍ଦନଙ୍କୁ ଅସଂଜତ ଅବସ୍ଥାରେ ମହିଳାଙ୍କ ସ୍ୱାମୀ ରାଜୁ ପାସୱାନ ଦେଖିବାକୁ ପାଇଥିଲେ । ପରେ ମହିଳାଙ୍କ ସ୍ୱାମୀ, ଶ୍ୱଶୁର ଏବଂ ଦିଅର ଯୁବକଙ୍କୁ ପିଟିପିଟି ହତ୍ୟା କରିଥିଲେ । ସମ୍ପୃକ୍ତ ଘଟଣାରେ କୃଷ୍ଣାଗଡ଼ ଥାନା ପୋଲିସ ତୁରନ୍ତ ତଦନ୍ତ କରି ଘଟଣାସ୍ଥଳରୁ ଅଭିଯୁକ୍ତ ପ୍ରେମିକା ରୁବି ଦେବୀ ତାଙ୍କ ସ୍ୱାମୀ ରାଜୁ ପାସୱାନ, ଶ୍ୱଶୁର ବୀର ବାହାଦୁର ପାସୱାନ ଏବଂ ଦିଅର ସଚ୍ଚିନ ପାସୱାନଙ୍କୁ ଗିରଫ କରିଛି । ଏହି ମାମଲାରେ ଅଭିଯୁକ୍ତ ମା’ ସହ ତାଙ୍କର କୋଳରେ ଥିବା ଅଢେଇ ବର୍ଷର ପୁତ୍ର ସନ୍ତାନ ବର୍ତ୍ତମାନ ଜେଲ ଯାଇଛି ।

Get real time updates directly on you device, subscribe now.