fbpx

KGMUର ଡାକ୍ତରୀଟିମକୁ ବଡ ସଫଳତା, ଝିଅର ଯୌନାଙ୍ଗ ତିଆରି କରି ଦେଲେ ନୂତନ ଜୀବନ

ଲକ୍ଷ୍ନୌ:ବର୍ତ୍ତମାନ ସମୟରେ ମେଡିକାଲ ସାଇନ୍ସ ବହୁତ ଆଗକୁ ଗଲାଣି । ଏଭଳି ନୂଆ ନୂଆ ଆବିଷ୍କାର ହେଉଛି ଯାହା ଲୋକମାନଙ୍କୁ ନୂଆ ଜୀବନଦାନ ଦେଉଛି । ତେବେ ଏଭଳି କିଛି ଆଶ୍ଚର୍ଯ୍ୟକର କାର୍ଯ୍ୟ କରି ଦେଖାଇଛନ୍ତି କିଙ୍ଗ ଜର୍ଜ ମେଡିକାଲ କଲେଜ (କେଜିଏମୟୁ) ର ଡାକ୍ତର। ଏଠାର ଡାକ୍ତର ମାନେ ଜଣେ ଯୁବତୀଙ୍କୁ ଏକ ନୂତନ ଜୀବନ ଦେଇଛନ୍ତି। କେଜିଏମୟୁର ୟୁରୋଲୋଜି ବିଭାଗର ପ୍ରଫେସର ଡ ବିଶ୍ୱଜିତ ସିଂ ଏବଂ ତାଙ୍କ ଟିମ୍ ଝିଅର ଶରୀରରେ ଯୌନାଙ୍ଗ ସୃଷ୍ଟି କରିଛନ୍ତି ଯାହା ପୂର୍ବରୁ ନଥିଲା । ହରଦୋଇର ଜଣେ ୨୦ ବର୍ଷର ଝିଅର କୌଣସି ଯୌନାଙ୍ଗ ନଥିଲା ।

ବିବାହ ସ୍ଥିର ହୋଇଥିଲା : ଝିଅର ପିତାମାତା ମଧ୍ୟ ଭୟ କରୁଥିଲେ ଯେ ଯଦି ପୁଅର ପିତାମାତା ଏ ବିଷୟରେ ଜାଣିବେ ସେମାନେ ବିବାହ ପରେ ସ୍ୱାମୀସହ ଏକାଠି ରଖିବେ କି ନାହିଁ ସେ ଲାଗି ଚିନ୍ତା କରୁଥିଲେ । ଏହି କାରଣରୁ ପୁରା ପରିବାର ଟେନସନରେ ଥିଲେ। ଏହି ସମସ୍ୟାର ସମାଧାନ ପାଇଁ ଝିଅର ପରିବାର କିଙ୍ଗ ଜର୍ଜ ମେଡିକାଲ କଲେଜର ୟୁରୋଲୋଜି ବିଭାଗରେ ପହଞ୍ଚିଥିଲେ। ଏଠାରେ ଅନୁସନ୍ଧାନରୁ ଜଣାପଡିଲା ଯେ ସେ ଜେନେଟିକ୍ ଭାବରେ ଜନ୍ମ ହୋଇଥିବା ମହିଳା, କିନ୍ତୁ ଗର୍ଭାଶୟ ଏବଂ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଅଙ୍ଗ ନାହିଁ ।

ଏହା ସହିତ ତାଙ୍କର ମାସିକ ଋତୁସ୍ରାବ ମଧ୍ୟ ହେଉ ନଥିଲା। ଏହା ଉପରେ ତାଙ୍କୁ ପରାମର୍ଶ ଦେବା ପରେ ଅସ୍ତ୍ରୋପଚାରର ନିଷ୍ପତ୍ତି ନିଆଯାଇଥିଲା। ପ୍ରଫେସର ବିଶ୍ୱଜିତ କହିଛନ୍ତି ଯେ ତାଙ୍କ ଦଳ ପ୍ରଥମେ ତାଙ୍କ ଅନ୍ତନଳୀରୁ ୧୦ସେମି ଖଣ୍ଡ ବାହାର କରି ସେଥିରୁ ଯୌନାଙ୍ଗ ତିଆରି କରିଥିଲେ। ଡାକ୍ତରୀ ବିଜ୍ଞାନରେ ଏହାକୁ ସିଗମଏଡ୍ ଭେଜିନୋପ୍ଲାଷ୍ଟି କୁହାଯାଏ ।

କିନ୍ତୁ ଏହି ମହିଳା କଦାପି ସନ୍ତାନ ପ୍ରସବ କରିବାରେ ସମର୍ଥ ହେବେ ନାହିଁ ବୋଲି ଡାକ୍ତର କହିଛନ୍ତି । କିଙ୍ଗ ଜର୍ଜ ମେଡିକାଲ କଲେଜର ପ୍ରଫେସର ବିଶ୍ୱଜିତ କହିଛନ୍ତି ଯେ ଜଣେ ପତ୍ନୀ ଭାବରେ ସେ ତାଙ୍କ ସ୍ୱାମୀଙ୍କ ସମସ୍ତ ଇଚ୍ଛା ପୂରଣ କରିପାରିବେ। କିନ୍ତୁ ସନ୍ତାନ ପ୍ରସବ କରିବାକୁ ସମର୍ଥ ହେବ ନାହିଁ । କାରଣ ଏହି ପ୍ରକାର ଅସ୍ତ୍ରୋପଚାର ପରେ ସନ୍ତାନ ପ୍ରସବ କରିବା ଅତ୍ୟନ୍ତ କଷ୍ଟକର ।

ଡାକ୍ତରମାନେ କହିଛନ୍ତି ଯେ ଦୁଇ ମାସ ମଧ୍ୟରେ ଅସ୍ତ୍ରୋପଚାରର ଦାଗ ମଧ୍ୟ ଲୋପ ପାଇବ। ଏହି ଅସ୍ତ୍ରୋପଚାରରେ ଡାକ୍ତରମାନେ ପ୍ରାୟ ୮ଘଣ୍ଟା ବିତାଇଥିଲେ। ଯାହା ପରେ ରୋଗୀକୁ ବର୍ତ୍ତମାନ ଡିସଚାର୍ଜ କରାଯାଇଛି। ଅନ୍ୟ ଡାକ୍ତରମାନେ ମଧ୍ୟ ଡାକ୍ତରଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି।

Get real time updates directly on you device, subscribe now.