ଆଜିଠୁ ଶସ୍ତା ହୋଇଗଲା ବିମାନରେ ଯାତ୍ରା କରିବା, ନୂଆ ବର୍ଷରେ ବୁଲିବା ପ୍ଲାନ କରିଥିଲେ ପଡିବନି ପକେଟ ଉପରେ ପ୍ରଭାବ
ସରକାରୀ ତୈଳ କମ୍ପାନୀ ଏୟାରଲାଇନ୍ସ କମ୍ପାନୀଗୁଡ଼ିକୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି ବିମାନ ଇନ୍ଧନ ଦର ହ୍ରାସ ପାଇଁ ଘୋଷଣା କରିଛନ୍ତି
ନୂଆଦିଲ୍ଲୀ: ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । ନୂଆବର୍ଷ ଅବସରରେ ଯାତ୍ରୀଙ୍କ ପାଇଁ ବିମାନରେ ଟ୍ରାଭେଲ୍ କରିବା ଶସ୍ତା ହୋଇଯାଇଛି । ସରକାରୀ ତୈଳ କମ୍ପାନୀମାନେ ଏୟାରଲାଇନ୍ସ କମ୍ପାନୀଗୁଡ଼ିକୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି ବିମାନ ଇନ୍ଧନ ଦର ହ୍ରାସ ପାଇଁ ଘୋଷଣା କରିଛନ୍ତି । ଘରୋଇ ଏୟାରଲାଇନ୍ସ ପାଇଁ ଏୟାର ଟର୍ବାଇନ ଫ୍ଲୁ ଅର୍ଥାତ ଏଟିଏଫ ଦରରେ ପ୍ରତି କିମି ଲିଟର ପିଛା୧୪୦୧ ଟଙ୍କା ହ୍ରାସ କରିଛନ୍ତି । ଏଟିଏଫର ଦର ହ୍ରାସ ପାଇବା ପରେ ଘରୋଇ ବିମାନ ଯାତ୍ରା ଶସ୍ତା ହୋଇପାରେ ।
ସରକାରୀ ତୈଳ କମ୍ପାନୀଗୁଡ଼ିକ ବିମାନ ଇନ୍ଧନ ସରର ସମୀକ୍ଷା କରି ଏଟିଏଫର ମୂଲ୍ୟରେ ହ୍ରାସ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ୧ ଜାନୁଆରୀ ୨୦୨୫ରୁ ଘରୋଇ ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ପାଇଁ ବିମାନ ଇନ୍ଧନ ମୂଲ୍ୟରେ ପାଖାପାଖି ୧.୫୦ ପ୍ରତିଶତ ହ୍ରାସ କରାଯାଇଛି । ରାଜଧାନୀ ଦିଲ୍ଲୀରେ ଏଟିଏଫର ଦର ପ୍ରତି କିମି ପିଛା ୧୪୦୧.୩୭ ଟଙ୍କା ହ୍ରାସ ପରେ ବର୍ତ୍ତମାନ ୯୦୪୫୫.୪୭ ଟଙ୍କା ହୋଇଯାଇଛି, ଯାହା ପୂର୍ବ ମାସରେ ୮୧,୮୫୬.୮୪ ଟଙ୍କା ଥିଲା ।
କୋଲକାତାରେ ଘରୋଇ ଏୟାରଲାଇନ୍ସକୁ ନିଜ ଉଡାଣରେ ଏଟିଏଫ ଭରିବା ଉପରେ ପ୍ରତି କିମି ପିଛା ୯୩,୦୫୯.୭୯ ଟଙ୍କା ପେମଣ୍ଟେ କରିବାକୁ ପଡିବ ଯାହା ପୂର୍ବରୁ ୯୪,୫୫୧ ଟଙ୍କା ଦେବାକୁ ପଡୁଥିଲା । ମୁମ୍ବାଇରେ ନୂଆ ମୂଲ୍ୟ ଏଟିଏଫ ହ୍ରାସ ପାଇ ୮୪,୫୧୧ ଟଙ୍କା ହୋଇଯାଇଛି , ଯାହା ପୂର୍ବରୁ ୮୫,୮୬୧ ଟଙ୍କା ଥିଲା । ଏଥିସହ ଚେନ୍ନାଇରେ ଏହି ମୂଲ୍ୟ ୯୫,୨୩୧ ଟଙ୍କା ଥିଲା, ଯାହା ବର୍ତ୍ତମାନ ୯୩,୬୭୦ ଟଙ୍କା ହୋଇଯାଇଛି ।