fbpx

ଏଟିଏମ୍ କାର୍ଡ ଉପରେ ଲେଖାଯାଇଥାଏ ୧୬ ଡିଜିଟ୍ ନମ୍ବର, ଯାହାର ଅର୍ଥ ଜାଣିବା ସମସ୍ତଙ୍କ ଲାଗି ଜରୁରୀ

AAKASH

ନୂଆଦିଲ୍ଲୀ:ଏଟିଏମ୍ କାର୍ଡ ଦ୍ୱାରା ବ୍ୟାଙ୍କିଙ୍ଗ ପ୍ରକ୍ରିୟା ବହୁତ ସହଜ ହୋଇଯାଇଛି । ଏଟିଏମ୍ କାର୍ଡର ବ୍ୟବହାର କେବଳ କ୍ୟାସ୍ କାଢିବା ପାଇଁ କିମ୍ବା ଜମା କରିବା ପାଇଁ ନୁହେଁ ବରଂ ଡିଜିଟାଲ୍ ଟ୍ରାନ୍ଜାକସନରେ ମଧ୍ୟ ଏହାର ବ୍ୟବହାର ହୋଇଥାଏ । ଫୋନ୍ ରେ ନେଟ୍ ବ୍ୟାଙ୍କିଙ୍ଗ ଆରମ୍ଭ କରିବା ଲାଗି ଆପଣଙ୍କୁ ଏଟିଏମ କାର୍ଡର ଆବଶ୍ୟକ ପଡିଥାଏ । କ୍ୟାସ୍ ନ ଥିଲେ ଆପଣ ଏହା ଜରିଆରେ ଦୋକାନ, ମଲ୍ ରେ କିଣାକିଣି କରିପାରିବେ । ଆପଣ ଦେଖିଥିବେ ଏହା ଉପରେ ଏକ ୧୬ ଅଙ୍କ ବିଶିଷ୍ଟ ନମ୍ବର ପ୍ରିଣ୍ଟ ହୋଇଥାଏ । ଏହି ନମ୍ବରକୁ ଆପଣ ବହୁ ସମୟରେ ଅନଲାଇନ୍ ପେମେଣ୍ଟ କିମ୍ବା ୟୁପିଆଇ ପାଇଁ ବି ପ୍ରଦାନ କରିଥିବେ । ତେବେ ଏହି ୧୬ ଡିଜିଟ୍ ର ଅର୍ଥ କଣ ତାହା ଆପଣ ଜାଣନ୍ତି କି । ଏହି ନମ୍ବରରେ ଏପରି ବହୁ ସୂଚନା ରହିଛି ଯାହା ସମସ୍ତେ ଜାଣିବା ଉଚିତ ।

ଏହି ୧୬ ଅଙ୍କର ସିଧା ସମ୍ବନ୍ଧ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ରହିଛି । ଏହି ନମ୍ବର ଆପଣଙ୍କ କାର୍ଡର ଭେରିଫିକେସନ, ସୁରକ୍ଷା ଓ ଆପଣଙ୍କ ଚିହ୍ନଟ ଲାଗି ବହୁତ ଜରୁରୀ । ପ୍ରଥମ ଅଙ୍କ ସେହି ସଂସ୍ଥା ସହ ଜଡିତ ଯିଏ ଏହାକୁ ଜାରି କରିଥାଏ । ଏହି ଅଙ୍କ ଅଲଗା ଅଲଗା ସଂସ୍ଥା ଲାଗି ଅଲଗା ହୋଇଥାଏ ।

ପରବର୍ତ୍ତୀ ୫ ନମ୍ବରକୁ ଇନସ୍ୟୁର ଆଇଡେଣ୍ଟିଫିକେସନ ନମ୍ବର କୁହାଯାଏ । ଏହି ନମ୍ବର ଜରିଆରେ ଜାଣି ହେବ କେଉଁ କମ୍ପାନୀ ଏହାକୁ ଜାରି କରିଛି । ଏହାପରେ ୭ଅଙ୍କରୁ ଆରମ୍ଭ କରି ୧୫ ଅଙ୍କର କନେକ୍ସନ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ରହିଛି । ଏହା ଆପଣଙ୍କ ବ୍ୟାଙ୍କ ଖାତା ନମ୍ବର ନୁହେଁ କିନ୍ତୁ ଏହା ସହ ଲିଙ୍କ ହୋଇଥାଏ । କିନ୍ତୁ ଏହାକୁ ନେଇ ଆପଣଙ୍କୁ ଚିନ୍ତା କରିବାର କୌଣସି କାରଣ ନାହିଁ । କୌଣସି କାର୍ଡର ଶେଷ ଡିଜିଟକୁ ଚେକସମ୍ ଡିଜିଟ୍ କୁହାଯାଏ । ଏହି ଡିଜିଟରୁ ଜଣାପଡିଥାଏ ଆପଣଙ୍କ କାର୍ଡ ଭ୍ୟାଲିଡ ଅଛି କି ନା ।

 

Get real time updates directly on you device, subscribe now.