fbpx
BSKY
BJD SHG SKY
BJD YOUTH SKY

ହାର୍ଟ ଆଟାକର ଆଶଙ୍କା ବଢ଼ାଇଥାଏ କୋଇଲା ଆଞ୍ଚରୁ ପ୍ରସ୍ତୁତ ଖାଦ୍ୟ: ନୂଆ ଗବେଷଣାରୁ ପ୍ରକାଶ

ଭୋଜନ ପ୍ରସ୍ତୁତ ନିମନ୍ତେ ଦୀର୍ଘ ସମୟ ପର୍ଯ୍ୟନ୍ତ କୋଇଲାର ବ୍ୟବହାର ଯୋଗୁ ହୃଦ୍‌ରୋଗ ସମ୍ବନ୍ଧୀୟ ସମସ୍ୟାରେ ମୃତ୍ୟୁ ଆଶଙ୍କା ବଢ଼ିଥାଏ। ଏକ ନୂତନ ଗବେଷଣାରୁ ଏହା ଜଣାପଡ଼ିଛି।

ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଡିରେକ୍‌ ବେନେଟ୍‌ଙ୍କ ମତରେ, ଗବେଷଣାରୁ ପରାମର୍ଶ ଦିଆଯାଇଛି ଯେ, ଯେଉଁ ଲୋକମାନେ ଖାଦ୍ୟ ପ୍ରସ୍ତୁତି ପାଇଁ କୋଇଲାର ବ୍ୟବହାର କରୁଛନ୍ତି, ସେମାନେ ତୁରନ୍ତ ଗ୍ୟାସ୍‌ର ଉପଯୋଗ କରନ୍ତୁ। ହୃତ୍‌ପିଣ୍ଡ କିମ୍ବା ରକ୍ତ ବାହିକା ସହ ଜଡ଼ିତ ରୋଗ ଏବେ ପୂରା ଦୁନିଆରେ ଅକାଳ ମୃତ୍ୟୁର ଏକ ପ୍ରମୁଖ କାରଣ ସାଜିଛି। କାରଣ କୋଇଲା ବ୍ୟବହାରରେ ପ୍ରସ୍ତୁତ ଖାଦ୍ୟ ଯୋଗୁ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଥାଏ।

୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ଚାଇନାର ଦଶଟି ଇଲାକାରୁ ହୃଦ୍‌ରୋଗରେ ପୀଡ଼ିତ ୩୦ରୁ ୭୯ ବର୍ଷ ବୟସର ପ୍ରାୟ ୩,୪୧,୭୩୦ ଲୋକଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କୁ ଗବେଷଣାରେ ଖାଦ୍ୟ ପ୍ରସ୍ତୁତିର ମାଧ୍ୟମ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଉତ୍ତର ଥିଲା କୋଇଲା। ପରୀକ୍ଷଣରୁ ଜଣାପଡ଼ିଥିଲା, କୋଇଲାରୁ ଉପତ୍ନ୍ନ ବାୟୁ ପ୍ରଦୂଷଣ ଯୋଗୁ ସେମାନଙ୍କଠାରେ ହୃଦ୍‌ରୋଗ ଆଶଙ୍କା ବଢ଼ିଥିଲା।

Get real time updates directly on you device, subscribe now.