fbpx

ସୁନାବେଶ ପାଇଁ ଟ୍ରାଫିକ ବ୍ୟବସ୍ଥା, ଜାଣନ୍ତୁ କେଉଁଠି କରିବେ ପାର୍କିଂ

ପୁରୀ : ଆଜି ୩ ଠାକୁରଙ୍କ ପବିତ୍ର ସୁନାବେଶ । ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଦର୍ଶନର କାର୍ଯ୍ୟକ୍ରମ । ତେବେ ସୁନାବେଶ ନେଇ ଟ୍ରାଫିକ ବ୍ୟବସ୍ଥାକୁ କଡା କଡି କରାଯାଇଛି । ଟ୍ରାଫିକ ବ୍ୟବସ୍ଥା ଲାଗି ୫୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ୨୯ ଟି ସ୍ଥାନରେ ବାଇକ ପାର୍କିଂ କରାଯାଇଛି ।

ସୂଚନା ଅନୁଯାୟୀ, ‘ନୋ ଭେଇକିଲ୍ ଜୋନ ରୁ ମେଡିକାଲ ଛକ ଠାରୁ ସିଂହଦ୍ୱାର’ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ଏଥିରେ ପୁରୀ ବାସିନ୍ଦାଙ୍କ ପାଇଁ କୌଣସି କଟକଣା ନାହିଁ । ବୟସ୍କ ବ୍ୟକ୍ତିଙ୍କ ଲାଗି ବ୍ୟବସ୍ଥା କରାଯାଇଛି । ପାର୍କିଂ ଏରିଆରେ ବ୍ୟାଟେରି ଚାଳିତ ଗାଡ଼ି ରହିବ ।

ସୁନାବେଶ ବେଳେ ଟ୍ରାଫିକ ନିୟନ୍ତ୍ରଣ ପ୍ରସଙ୍ଗକୁ ନେଇ ପ୍ରେସମିଟରେ ଏଡିଜି ଅମିତାଭ ଠାକୁର ସୂଚନା ଦେଇଛନ୍ତି ଯେ, କୋଣାର୍କରୁ ଆସୁଥିବା ବସ୍ ତାଳବଣିଆରେ ରହିବ । ଡ୍ରୋନ ଜରିଆରେ ଟ୍ରାଫିକ୍ ବ୍ୟବସ୍ଥାକୁ ପରିଚାଳନ କରାଯିବ ।

Get real time updates directly on you device, subscribe now.