fbpx

ଦୁଇଗୁଣା ଟଙ୍କା ବାହାରିବାରୁ ଏଟିଏମ ଆଗରେ ଲୋକଙ୍କ ଲମ୍ବା ଲାଇନ୍

୫୦୦ ମାରିଲେ ଏଟିଏମରୁ ବାହାରୁଛି ୨୦୦୦ ଟଙ୍କା । ଦୁଇଗୁଣା ଟଙ୍କା ପାଇଁ ଲୋକେ ଲକଡାଉନକୁ ଖାତିର ନକରି ଶତାଧିକ ସଂଖ୍ୟାରେ ଏଟିଏମ ଆଗରେ ଭିଡ ଜମାଇବାରେ ଲାଗିଛନ୍ତି । କେବଳ ଏତିକି ନୁହେଁ, ଟଙ୍କା କାଢିବାକୁ ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଦେଖିବାକୁ ମିଳିଛି । ଏଭଳି ଏକ ଅଜବଗଜବ ଘଟଣା ବିହାର ବୈଶାଳୀ ସ୍ଥିତ ବିଦୁପୁର ଚାକସିକନ୍ଦରଠାରେ ଘଟିଯାଇଛି ।

ଖବର ମୁତାବକ, ଇଣ୍ଡିଆର ନମ୍ବର ୱାନ୍ ଏଟିଏମରେ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁଇଗୁଣା ଟଙ୍କା ବାହାରୁଥିଲା । ଫଳରେ ୫୦ରୁ ୧୦୦ ଲୋକ ଏଟିଏମ ଆଗରେ ଲମ୍ବା ଲାଇନ୍ ଲଗାଇଥିଲେ । ଏଟିଏମରୁ ପ୍ରାୟ ଦେଢରୁ ୨ ଲକ୍ଷ ଟଙ୍କାର କ୍ୟାସ୍ ବାହାରିଛି ବୋଲି ବ୍ୟାଙ୍କର ଜଣେ କର୍ମଚାରୀ କହିଛନ୍ତି । ସୂଚନା ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ହଟାଇବା ସହ ସଟର ବନ୍ଦ କରିଥିଲା । ତେବେ କେଉଁ କାରଣରୁ ଏଟିଏମରେ ଏପରି ଗଡବଡ ହେଲା ବୋଲି ତଦନ୍ତ ଚାଲିଛି ।

Get real time updates directly on you device, subscribe now.