fbpx

ପାକିସ୍ତାନରେ ହିନ୍ଦୁ ଉପରେ ଅତ୍ୟାଚାର, ଜବରଦସ୍ତ ଧର୍ମ ପରିବର୍ତ୍ତନ କରି ଯୁବତୀଙ୍କ ବାହାଘର

ସିନ୍ଧ,୨୨ ।୮: ପାକିସ୍ତାନରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରିବା ଘଟଣା ତ ସବୁବେଳେ ଶୁଣିବାକୁ ମିଳୁଛି । କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ, ସେଠାରେ ଜବରଦସ୍ତ ହିନ୍ଦୁମାନଙ୍କର ଧର୍ମ ପରିବର୍ତ୍ତନ କରାଯାଉଛି । ନିକଟରେ ଏକ ମାମଲା ସିନ୍ଧ ଅଞ୍ଚଳରୁ ଆସିଛି, ଯେଉଁଠାରେ ଜଣେ ଯୁବତୀଙ୍କର ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଗଲା ଓ ପରେ ଅଧିକ ବୟସର ଜଣେ ବ୍ୟକ୍ତିଙ୍କ ସହ ବାହାଘର କରାଯାଇଥିଲାଗଲା । କେବଳ ଏତିକି ନୁହେଁ, ପୋଲିସ ଅଭିଯୁକ୍ତ ବଦଳରେ ପୀଡିତ ଯୁବତୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ରିପୋର୍ଟ ମୁତାବକ, ସିନ୍ଧର ରହୁଥିବା ହିନ୍ଦୁ ଯୁବତୀ ରାମ ବାଇଙ୍କ ଧର୍ମ ପରିବର୍ତ୍ତନ କରି ଅବଦୁଲା ନାମକ ଜଣେ ବ୍ୟକ୍ତଙ୍କ ସହ ନିକାହ କରାଗଲା । ଅବଦୁଲା ପୂର୍ବରୁ ବାହା ହୋଇଥିବା ବେଳେ ତାର ସନ୍ତାନ ରାମ ବାଇଙ୍କ ଠାରୁ ବୟସରେ ବଡ । ଯେବେ ରାମ ବାଇଙ୍କ ପରିବାର ଲୋକେ ଝିଅ ଫେରାଇବାକୁ କହିଥିଲେ, ସେବେ ଅବଦୁଲ୍ଲା ରାମ ବାଇଙ୍କ ପରିବାର ବିରୋଧରେ ମାମଲା ରୁଜୁ କରିଥିଲା । ଏହା ପୂର୍ବରୁ ବି ୧୨ ବର୍ଷୀୟ ଜଣେ ନାବାଳିକାୁ ଘରୁ ଅପହରଣ କରି ବାହା କରାଇ ଦିଆଯାଇଥିଲା ।

Get real time updates directly on you device, subscribe now.