fbpx

ଆକାଶରେ ନଜର ଆସିଲା ରହସ୍ୟମୟୀ ଚିତ୍ର, ଲୋକେ କହିଲେ ଆଗାମୀ ଦିନରେ ହେବ ଏଲିଅନର ଆକ୍ରମଣ!

ନୂଆଦିଲ୍ଲୀ: ଆମ ଏଇ ପୃଥିବୀରେ ବହୁ ସମୟରେ ଏପରି ପ୍ରାକୃତିକ ଘଟଣାମାନ ଘଟିଥାଏ ଯାହା ବିଷୟରେ ଭାବିଲେ ଆମେ ଚକିତ ହୋଇପଡୁ । ବହୁ ସମୟରେ ଏପରି ଘଟଣା ଘଟିଥାଏ ଯାହା ଆଗାମୀ ଦିନରେ କିଛି ବଡ ବିପଦକୁ ନେଇ ମନକୁ ଶଙ୍କାଗ୍ରସ୍ତ କରିଦିଏ । ଫ୍ଲୋରିଡାରେ ଏପରି କିଛି ଘଟଣା ସାମ୍ନାକୁ ଆସିଛି । ସେଠିକାର ଜଣେ ମତ୍ସ୍ୟଜୀବୀ ଟିକଟକ୍‌ରେ ଏପରି ଭିଡିଓ ସେୟାର କରିଛନ୍ତି ଯାହା ବେଶ୍ ରହସ୍ୟମୟ ଓ ଭୟାନକ ରହିଛି । ଏଥିରେ ବାଦଲ ମଝିରେ ବହୁ ଜାଗାରେ ବଡ ବଡ ଛିଦ୍ର ନଜର ଆସୁଛି ।

ଏହି ଭିଡିଓକୁ ଟିକଟକ୍‌ରେ@blacktiph ରୁ ସେୟାର କରାଯାଇଛି । ଏହାକୁ ଏ ପର୍ଯ୍ୟନ୍ତ ୬୦ ଲକ୍ଷ ଲୋକ ଦେଖିସାରିଲେଣି । ବହୁ ଲୋକ କମେଣ୍ଟରେ ଲେଖିଛନ୍ତି ଏହି ବାଦଲ ୟୁଏଫଓ ସେପ୍‌ରେ ରହିଛି ଅର୍ଥାତ୍ ଏଲିଅନ ପରି ଦେଖାଯାଉଛି । କିଛି ୟୁଜର ଭୟ ପ୍ରକାଶ କରି ଲେଖିଛନ୍ତି ଆଗାମୀ ଦିନରେ ଏଲିଅନ ମାନଙ୍କର ପୃଥିବୀ ଉପରେ ବଡ ଧରଣର ଆକ୍ରମଣର ଏହା ପୂର୍ବାଭାସ ।

 

View this post on Instagram

 

A post shared by NASA Earth (@nasaearth)

ତେବେ ଏହି ଭିଡିଓ ଭାଇରାଲ୍ ହେବା ପରେ ନାସା ଏହା ଉପରେ ଉତ୍ତର ରଖିଛି । ନାସା ଏହାର ଟେରା ସାଟେଲାଇଟରୁ ଏହି ଅଜବ ଦେଖାଯାଉଥିବା ବାଦଲର ଚିତ୍ର ନେଇଛି ଓ କହିଛି ଏହାକୁ କେଭମ୍ ବାଦଲ ବା ହୋଲ୍ ପଞ୍ଚ କ୍ଲାଉଡ୍ କୁହାଯାଏ । ନାସା କହିଛି ଗବେଷକମାନେ ୧୯୪୦ରୁ ଏହା ଉପରେ ଗଭୀର ଅଧ୍ୟୟନ କରି ଆସୁଛନ୍ତି । ୧୫ ବର୍ଷ ତଳେ ସେମାନଙ୍କୁ ଏପରି ବାଦଲ ସୃଷ୍ଟି ହେବାର କାରଣ ଜଣାପଡିଛି ।

ନାସା କହିଛି ଏହି ଅଜବ ବାଦଲର ନିର୍ମାଣ ଆକାଶରେ ଉଡୁଥିବା ବିମାନ ଯୋଗୁଁ ହୋଇଥାଏ । ଏହି ବାଦଲ ସେତେବେଳେ ସୃଷ୍ଟି ହୋଇଥାଏ ଯେତେବେଳେ ବିମାନ ଅଲଟୋକ୍ୟୁମଲସ୍ ବାଦଲ ନିକଟ ଦେଇ ଉଡିଥାଏ । ଏହି ସମୟରେ ମଧ୍ୟ ସ୍ତରର ବାଦଲରେ ଅତି ଥଣ୍ଡା ପାଣିର ବିନ୍ଦୁ ରହିଥାଏ । ଯେତେବେଳେ ବିମାନ ଏହା ନିକଟ ଦେଇ ଯାଇଥାଏ ସେତେବେଳେ ପବନରେ ଏଡିଆବେଟିକ ବିସ୍ତାର ନାମକ ଏକ ପ୍ରକ୍ରିୟା ହୋଇଥାଏ । ଏହାଦ୍ୱାରା ପାଣି ବୁନ୍ଦା ଛୋଟ ଛୋଟ ବରଫ ଖଣ୍ଡ ରୂପ ନେଇଥାଏ ଓ ଆକାଶରୁ ଖସିଥାଏ । ଏହାଦ୍ୱାରା ବାଦଲରେ ଛିଦ୍ର ହୋଇଥାଏ ।

Get real time updates directly on you device, subscribe now.