fbpx

ବନ କର୍ମଚାରୀଙ୍କୁ ଆକ୍ରମଣ କଲେ ଶିକାରୀ: ୪ ଗୁରୁତର

ମୟୁରଭଞ୍ଜ, ୨୪ା୨ (ଓଡିଶା ଭାସ୍କର): ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକରେ ବନ କର୍ମଚାରୀଙ୍କୁ ପଥରରେ ଆକ୍ରମଣ କରାଯାଇଛି । ଶିକାରୀମାନଙ୍କର ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡ଼ିଛି । ଜମୁ ଡିହା ଗ୍ରାମରେ ବନ କର୍ମଚାରୀମାନେ ଚଢ଼ାଉ କରିବା ସମୟରେ ଶିକାରମାନେ ସେମାନଙ୍କୁ ପଥରରେ ନୃଶଂସ ଭାବେ ଆକ୍ରମଣ କରିଥିଲେ । ଏହି ଚଢ଼ାଉ ସମୟରେ ବନ କର୍ମଚାରୀମାନେ ସମ୍ବର ମାଂସ ଓ ୨ଟି ବନ୍ଧୁକ ଜବତ କରିଥିଲେ । ସମସ୍ତ ଜବତ ସାମଗ୍ରୀ ଧରି ଫେରୁଥିବା ସମୟରେ ଶିକାରିମାନେ ପ୍ରତିଶୋଧପରାୟଣ ହୋଇ ଆକ୍ରମଣ କରିଥିଲେ ।

Get real time updates directly on you device, subscribe now.