fbpx

ସ୍କୁଲରେ ବନ୍ଦ ହେବ ‘Attendance’: ଶିକ୍ଷକଙ୍କ ବିରୋଧ ପରେ ସରକାରୀ ବିଦ୍ୟାଳୟ ପାଇଁ ନିଷ୍ପତ୍ତି

ନୂଆଦିଲ୍ଲୀ: ଶିକ୍ଷକମାନଙ୍କୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ସ୍କୁଲରେ ଆଟେଣ୍ଡାନ୍ସ ବା ଉପସ୍ଥାନ ବ୍ୟବସ୍ଥା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଆସନ୍ତା ୨ ମାସ ପର୍ଯ୍ୟନ୍ତ ଡିଜିଟାଲ ଆଟେଣ୍ଡାନ୍ସ ବନ୍ଦ କରିବାକୁ ସ୍ଥଗିତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ନିଷ୍ପତ୍ତି କେବଳ ଉତ୍ତରପ୍ରଦେଶର ଶିକ୍ଷକମାନଙ୍କ ପାଇଁଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଡିଜିଟାଲ ଆଟେଣ୍ଡାନ୍ସ ନିୟମକୁ ସରକାର ୨ ମାସ ପର୍ଯ୍ୟନ୍ତ ସ୍ଥିଗତ ରଖିବାକୁ କୁହାଯାଇଛି ।

ଡିଜିଟାଲ ଆଟେଣ୍ଡାନ୍ସକୁ ନେଇ ଶିକ୍ଷକ ସଂଘ ମୁଖ୍ୟ ସଚିବ ମନୋଜ କୁମାର ସିହ୍ନାଙ୍କ ସହ ଆଲୋଚନା କରିଥିଲେ । ଏ ନେଇ ଏକମିଟି ପ୍ରସ୍ତୁତ କରି ନିସ୍ତାରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟ ସଚିବ । ରାଜ୍ୟର ଶିକ୍ଷାରେ ପରିବର୍ତ୍ତନ ହେବା ଉଚିତ । ତେବେ ବର୍ତ୍ତମାନ ଆସନ୍ତା ୨ ମାସ ପାଇଁ ଏହି ଡିଜଟାଲ ଆଟେଣ୍ଡାନ୍ସକୁ ସ୍ଥଗିତ ରଖାଯାଉଛି । ସରକାରଙ୍କ ଅନଲାଇନ୍ ଆଟେଣ୍ଡାନ୍ସ ବ୍ୟବସ୍ଥାକୁ ବିରୋଧ କରିଥିଲେ ସରକାରୀ ଶିକ୍ଷକ । ତେବେ ସରକାରଙ୍କ ତରଫରୁ ଏହାର ସମଧାନ ନ ହେବାରୁ ସାମୂହିକ ଭାବରେ ନିଜ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ରାମପୁର ଅଞ୍ଚଳର ୩୭୫ ଜଣ ଶିକ୍ଷକ ତ୍ୟାଗପତ୍ର ଦେବାପାଇଁ ପ୍ରସ୍ତୁତ ହୋଇଥିଲେ ।

ଡିଜିଟାଲ ଉପସ୍ଥାନକୁ ବିରୋଧ କରୁଥିବାବେଳେ ୟୁପି ଶିକ୍ଷକମାନେ ଅନେକ କାରଣ ଦର୍ଶାଇଛନ୍ତି  । ଏ ନେଇ ଶିକ୍ଷକ ସାନ୍ତୋଶ କୁମାର କହିଛନ୍ତି ଯେ, ଅନଲାଇନ୍ ଉପସ୍ଥାନ ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି । କିନ୍ତୁ ଏହାକୁ କାର୍ୟ୍ୟକାରୀ କରିବା ପାଇଁ ବ୍ୟବହୃତ ହେଉଥିବା ଉତ୍ସ ଠିକ୍ ନୁହେଁ। ସେ କହିଛନ୍ତି ଯେ ଡିଜିଟାଲ ଉପସ୍ଥାନ ପାଇଁ ବିଦ୍ୟାଳୟଗୁଡ଼ିକୁ ଦିଆଯାଇଥିବା ଟ୍ୟାବ୍ ବହୁତ ନିମ୍ନ ମାନର ଅଟେ। ବେଳେବେଳେ ଏହା କାମ କରେ, ବେଳେବେଳେ ଏହା ହୁଏ ନାହିଁ ଏବଂ ଅନେକ ସମୟରେ ସର୍ଭରଡାଉନ୍ ଦେଖାଏ ।

Get real time updates directly on you device, subscribe now.