fbpx
BJD SKY
BJD SKY

‘ତୁମେ ମୋତେ ରକ୍ତ ଦିଅ ମୁଁ ତୁମ ଘରକୁ ବାରାତ ନେଇ ଯିବି’ କନ୍ୟା ଘର ଆଗରେ ବର ରଖିଲେ ଏପରି ଦାବୀ

BJD

ଔରଙ୍ଗାବାଦ: ନେତାଜୀ ସୁବାଷ ଚନ୍ଦ୍ର ବୋଷ ଦେଶକୁ ଗୋଲାମୀର ଜଂଜିରରୁ ମୁକ୍ତ କରିବା ଲାଗି ଏକ ସ୍ଲୋଗାନ ଦେଇଥିଲେ । ତାହା ଥିଲା, ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ । ନେତାଜୀଙ୍କ ଏହି ଆହ୍ୱାନର ପ୍ରଭାବ ଦେଶର ଯୁବକମାନଙ୍କ ଉପରେ ଏପରି ପଡିଥିଲା ଯେ, ମାତୃଭୂମି ଲାଗି ପ୍ରାଣ ବଳିଦାନ ଦେବା ଲାଗି ଲକ୍ଷ ଲକ୍ଷ ଯୁବକ ଆଗେଇ ଆସିଥିଲେ ଓ ଆଜାଦ ହିନ୍ଦ ଫୌଜ ଗଠନ ହୋଇଥିଲା । ଦେଶର ସ୍ୱାଧୀନତାରେ ଆଜାଦ ହିନ୍ଦ ଫୌଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।

ଠିକ୍ ଏହିପରି ଔରଙ୍ଗାବାଦରେ ଏପରି ଏକ ବିବାହ ହୋଇଛି ଯେଉଁଠାରେ ବର ଏପରି ସର୍ତ୍ତ ରଖିଥିଲା କି ତୁମେ ମୋତେ ରକ୍ତ ଦିଅ ଆଉ ମୁଁ ତୁମ ଘରକୁ ବାରାତ ନେଇଯିବି । ଏଠାରେ ରକ୍ତ ଦେବାର ତାତ୍ପର୍ଯ୍ୟ ରକ୍ତଦାନ ସହ ରହିଛି ଓ କନ୍ୟାର ଘର ଲୋକେ ଏହାକୁ ହସି ହସି ସ୍ୱୀକାର କରି ନେଇଛନ୍ତି । ଏହାପରେ ବେଶ୍ ହର୍ଷୋଲ୍ଲାସର ସହ ବିବାହ ଅନୁଷ୍ଠିତ ହେବା ସହ ବରଯାତ୍ରୀ ଓ କନ୍ୟାଘର ଲୋକ ମିଶି ବେଶ୍ ଖୁସିରେ ରକ୍ତଦାନ କରିଥିଲେ ଓ ୭୦ ୟୁନିଟ୍ ରୁ ଅଧିକ ରକ୍ତ ସଂଗ୍ରହ ହୋଇ ଓ ପାଟନା ବ୍ଲଡ ବ୍ୟାଙ୍କକୁ ଦିଆଯାଇଥିଲା । ଜିଲ୍ଲାରେ ଆୟୋଜିତ ଏହି ବିବାହକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି ।

ଏହି ଘଟଣା ଔରଙ୍ଗାବାଦ ଜିଲ୍ଲା ହସପୁରାର ଯେଉଁଠି ଗତ ସୋମବାର ରାତିରେ ହସପୁରାର ଅନୀଶ ଓ ଆରାର ସିମରନଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହୋଇଛି । ଅନୀଶ ନିଜ ଅଞ୍ଚଳରେ ରକ୍ତବୀର ନାମରେ ଲୋକପ୍ରିୟ । ତାଙ୍କର ଉଦ୍ଦେଶ୍ୟ ସବୁ ଅବସରରେ ଲୋକଙ୍କୁ ରକ୍ତଦାନ ଲାଗି ଉତ୍ସାହିତ କରିବା ଓ ଅବସରକୁ ଅଧିକ ସ୍ୱତନ୍ତ୍ର କରିବା ।

Get real time updates directly on you device, subscribe now.