fbpx

ମଣିପୁର: ଆସାମ ରାଇଫଲ୍ସ ଯବାନଙ୍କ ଉପରକୁ ଗୁଳି ଚଳାଇଲେ ସାଥୀ ଯବାନ, ୬ ଆହତ

ନୂଆଦିଲ୍ଲୀ: ମଣିପୁରରେ ଆସାମ ରାଇଫଲ୍ସର ଜଣେ ଯବାନ ନିଜ ସାଥୀ ଯବାନଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହି ଆକ୍ରମଣରେ ୬ ଜଣ ଯବାନ ଆହତ ହୋଇଛନ୍ତି। ମଣିପୁର ପୋଲିସ ଏହି ପ୍ରସଙ୍ଗରେ ଏକ ବିବୃତି ଜାରି କରି କହିଛି ଯେ ଏହି ଘଟଣା ମଣିପୁରରେ ଚାଲିଥିବା ହିଂସାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଏହାକୁ ସେହି ହିଂସା ସହିତ ଯୋଡାଯିବା ଉଚିତ ନୁହେଁ ।

ମଣିପୁର ପୁଲିସ କହିଛି, ଦକ୍ଷିଣ ମଣିପୁରରେ ଭାରତ-ମିଆଁମାର ସୀମାରେ ମୁତୟନ ହୋଇଥିବା ଆସାମ ରାଇଫଲ୍ସର ଜଣେ ଯବାନ ଗୁଳି ଚଳାଇଛନ୍ତି। ଜଣେ ଯବାନ ନିଜ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ ଏବଂ ଏଥିରେ ୬ ଜଣ ଆହତ ହୋଇଥିଲେ। ଆହତ ଯବାନଙ୍କ ମଧ୍ୟରୁ କେହି ମଣିପୁରର ନୁହଁନ୍ତି। ଏହାପରେ ଯୁବକ ଜଣକ ନିଜକୁ ଗୁଳି ମଧ୍ୟ କରିଥିଲେ। ସମସ୍ତ ଆହତଙ୍କୁ ଆର୍ମି ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି।

ମଣିପୁରର ସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱଚ୍ଛତା ବଜାୟ ରଖିବା ସହ ସମ୍ଭାବ୍ୟ ଗୁଜବକୁ ଏଡ଼ାଇ ଦିଆଯାଇପାରିବ ବୋଲି ପୁଲିସ ସେମାନଙ୍କ ବୟାନରେ କହିଛି। ଏହି ଦୁର୍ଭାଗ୍ୟଜନକ ଘଟଣାକୁ ମଣିପୁର ହିଂସା ସହ କୌଣସି ପ୍ରକାରେ ଯୋଡିବା ଉଚିତ ନୁହେଁ ।

Get real time updates directly on you device, subscribe now.