fbpx

ହକି ବିଶ୍ୱକପ: ସେମିରେ ଅଷ୍ଟ୍ରେଲିଆ ଓ ବେଲଜିୟମ: ଆଜି ଦୁଇଟି କ୍ୱାର୍ଟର ଫାଇନାଲ ମୁକାବିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୁଷ ହକି ବିଶ୍ୱକପ୍ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହା ମଧ୍ୟରେ ସ୍ପେନକୁ ହରାଇ ପ୍ରଥମ ଦଳ ଭାବେ ଚଳିତ ବିଶ୍ୱକପରେ ସେମିଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡକୁ ହରାଇ ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମ ଦ୍ୱିତୀୟ ଦଳ ଭାବେ ସେମିରେ ପହଞ୍ଚିଛି । ଆଜି ଦୁଇଟି କ୍ୱାର୍ଟର ଫାଇନାଲ ନିମନ୍ତେ ଲଢ଼େଇ ଦେଖିବାକୁ ମିଳିବ ।

ତେବେ ଆଜି ପ୍ରଥମ କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ-ଜର୍ମାନୀ ଓ ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ନେଦରଲ୍ୟାଣ୍ଡସ-କୋରିଆ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ । ଏହି ଦୁଇଟି ମ୍ୟାଚର ବିଜେତା ଟିମ୍ ସିଧାସଳଖ ସେମିଫାଇନାଲ ଖେଳିବେ । ତେବେ ଏହାପରେ ଆସନ୍ତା ୨୬ ତାରିଖରେ ୯ରୁ ୧୬ ସ୍ଥାନ ପାଇଁ ଦକ୍ଷିଣ ଆଫ୍ରିକା-ମାଲେସିଆ, ୱେଲ୍ସ-ଫ୍ରାନ୍ସ, ଚିଲି-ଆର୍ଜେଣ୍ଟିନା ଓ ଭାରତ-ଜାପାନ ମଧ୍ୟରେ ମଧ୍ୟରେ ମୁକାବିଲା ହେବ ।

ଏହାପରେ ଆସନ୍ତା ୨୭ ତାରିଖରେ ସେମିଫାଇନାଲ, ୨୯ରେ ତୃତୀୟ ସ୍ଥାନ ପାଇଁ ଲଢ଼େଇ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଗତ ୨୦୧୮ ପରେ ଚଳିତ ଥର ରାଜ୍ୟ ସରକାର କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ଆୟୋଜନ କରୁଛନ୍ତି । ରାଜ୍ୟର ଦୁଇ ସହର ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପର ସମସ୍ତ ମ୍ୟାଚ ଅନୁଷ୍ଠିତ ହେଉଛନ୍ତି । ହକି ବିଶ୍ୱକପ ପରି ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ରାଜ୍ୟ ସରକାର ପ୍ରାଣପଣେ ଉଦ୍ୟମ କରିଛନ୍ତି । ଟ୍ରାଫିକ ପରିଚାଳନା, ଖେଳାଳିଙ୍କ ଖାଇବା ରହିବା, ସହରର ସୌନ୍ଦର୍ଯ୍ୟକରଣ, ହକିର ପ୍ରଚାର ଓ ପ୍ରସାର ଆଦି କୌଣସି କ୍ଷେତ୍ରରେ ରାଜ୍ୟ ସରକାର ହେଳା କରିନାହାନ୍ତି ।

Get real time updates directly on you device, subscribe now.