fbpx

ଅସ୍ତ ହେବାକୁ ଯାଉଛନ୍ତି ଦେବଗୁରୁ ବୃହସ୍ପତି; ଏହିସବୁ ରାଶିମାନଙ୍କ ଉପରେ ପଡିବ ବଡ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ର ଏକ ନିର୍ଦ୍ଦିଷ୍ଟ ସମୟରେ ତାଙ୍କ ସ୍ଥିତି ଏବଂ ରାଶି ପରିବର୍ତ୍ତନ କରିଥାନ୍ତି । ଏଥିସହିତ ଯେଉଁ ଗ୍ରହ ସୂର୍ଯ୍ୟଙ୍କ ଅତି ନିକଟତର ହୁଏ ସେ ଅସ୍ତ ହୋଇଯାଏ । ତେବେ କୌଣସି ଗ୍ରହର ଅସ୍ତ ହେବା ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ବୋଲି ବିବେଚନା କରାଯାଏ । କାରଣ ସେହି ସମୟରେ ଗ୍ରହଙ୍କ ଶକ୍ତି ଦୁର୍ବଳ ହୋଇଯାଏ ଏବଂ ସେ ଅଶୁଭ ଫଳ ପ୍ରଦାନ କରିଥାନ୍ତି । ତେବେ ପୂର୍ବରୁ ଅନେକ ଗ୍ରହ ଏହିପରି ଅସ୍ତ ହୋଇଥିବା ବେଳେ ଦେବଗୁରୁ ବୃହସ୍ପତି ମଧ୍ୟ ଅସ୍ତ ହେବାକୁ ଯାଉଛନ୍ତି । ଫଳରେ ଏହା ସମସ୍ତ ୧୨ଟି ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇବ । କିନ୍ତୁ ଖାସ କରି ୩ଟି ରାଶି ଉପରେ ଏହା ଅଧିକ ପ୍ରଭାବ ପକାଇବ । ଯେଉଁ କାରଣରୁ ସେହି ରାଶିର ବ୍ୟକ୍ତିମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବେ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ୩ ରାଶି ବିଷୟରେ…

ବୃଷ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବଗୁରୁ ବୃହସ୍ପତି ଆସନ୍ତା ଏପ୍ରିଲ ମାସରେ ଅସ୍ତ ହେବାକୁ ଯାଉଛନ୍ତି । ଫଳରେ ଏହା ବୃଷ ରାଶିର ବ୍ୟକ୍ତିମାନଙ୍କ ଉପରେ ଅନେକ ଖରାପ ପ୍ରଭାବ ପକାଇବ । ଯେଉଁକାରଣରୁ ଏହି ରାଶିର ବ୍ୟକ୍ତିମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ଧନ ହାନୀର ମଧ୍ୟ ଯୋଗ ରହିଛି । ସେହିପରି ଆୟ କମ୍ ହେବା ସହ ଖର୍ଚ୍ଚ ବଢିବ । ଯାହାଫଲରେ ପରିବାରରେ ଅଶାନ୍ତି ଲାଗି ରହିବ । ତେଣୁ ଏହି ରାଶିର ବ୍ୟକ୍ତିମାନେ ବୃହସ୍ପତିଙ୍କ ଅସ୍ତ ସମୟରେ ସତର୍କ ଏବଂ ସାବଧାନ ରହିବା ଆବଶ୍ୟକ ।

କର୍କଟ: କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ବୃହସ୍ପତିଙ୍କ ଅସ୍ତି ଅନେକ ଅଶୁଭ ଫଳ ପ୍ରଦାନ କରିବ । ଫଳରେ କାମରେ ଅନେକ ସମସ୍ୟା ସୃଷ୍ଟି ହେବା ସହ ପରିଶ୍ରମ ପରେ ମଧ୍ୟ ଉପଯୁକ୍ତ ଫଳ ମିଳିବ ନାହିଁ । ସେହିପରି ଯଦି କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି ତେବେ ନିଜ ଜିନିଷ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

କନ୍ୟା: ଶାସ୍ତ୍ର ଅନୁସାରେ ବୃହସ୍ପତିଙ୍କ ଅସ୍ତ କନ୍ୟା ରାଶି ପାଇଁ ମଧ୍ୟ ଖରାପ ଫଳ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କ ସମୟ ଚିନ୍ତା ଏବଂ କଷ୍ଟରେ ଅତିବାହିତ ହେବ । ଖାସ୍ କରି ବ୍ୟକ୍ତିଗତ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହେବ । ଏଥିସହିତ ନିଜ ଜୀବନସାଥିଙ୍କ ସହ ମତାନ୍ତର ମନାନ୍ତର ହେବା ସହ ସ୍ୱାସ୍ଥ୍ୟଗତ ସମସୟା ମଧ୍ୟ ଦେଖାଦେବ । ତେଣୁ ବୃହସ୍ପତିଙ୍କ ଅସ୍ତ ସମୟରେ ଏହି ରାଶିର ବୟକ୍ତି ସାବଧାନ ଏବଂ ସତର୍କ ରହିବା ଆବଶ୍ୟକ ।

Get real time updates directly on you device, subscribe now.