fbpx

ବାଲାକୋଟ ଷ୍ଟ୍ରାଇକ ପରେ ଭାରତ ଉପରେ ନ୍ୟୁକ୍ଲିୟର ଆଟାକ କରିଥାନ୍ତା ପାକିସ୍ତାନ: ଆମେରିକା ପୂର୍ବତନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପିଓ ପାକିସ୍ତାନକୁ ନେଇ ଏକ ଦାବି କରିଛନ୍ତି । ତାଙ୍କ କହିବା ଅନୁସାରେ ସେ ୨୦୧୯ରେ ଭାରତ ଦ୍ୱାରା କରାଯାଇଥିବା ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ୍ ପରେ ପାକିସ୍ତାନ ଭାରତ ଉପରେ ପରମାଣୁ ବୋମା ପକାଇବାକୁ ପ୍ରସ୍ତୁତ ହେଉଥିଲା । ସୂଚନା ଅନୁସାରେ, ମାଇକ ପାମ୍ପିଓଙ୍କ ପୁସ୍ତକ ‘Never Give an Inch: Fighting for the America I Love’ ରେ ଲେଖିଛନ୍ତି ଯେ, ପରମାଣୁ ଅକ୍ରମଣର ସୂଚନା ସେ ଭାରତର ତତ୍କାଳିନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଠାରୁ ପାଇଥିଲେ ।

ପାମ୍ପିଓ କହିଛନ୍ତି ଯେ, ୨୦୧୯ ମସିହାର ୨୭-୨୮ ଫେବୃଆରୀରେ ଏହି ଘଟଣା ଘଟିଥିଲା ଏବଂ ସେ ସେତେବେଳେ ଭିଏତନାମାରେ ଥିଲେ । ଏହାପରେ ତାଙ୍କର ଟିମ ନୂଆଦିଲ୍ଲୀ ଏବଂ ଇସଲାମାବାଦକୁ ନେଇ ଆଲୋଚନା କରିଥିଲେ । ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ବହି ଲେଖା ଅନୁସାରେ, ପାକିସ୍ତାନର ଅତଙ୍କବାଦ ବିରୋଧ ନୀତି ପାଇଁ ଭାରତୀୟ ୪୦ ଜଣ ସୈନିକଙ୍କ ଜୀବନ ଚାଲିଯାଇଥିଲା । ଭାରତ ଏହାକୁ କଡ଼ା ଉତ୍ତର ଦେଇ ଏୟାର ଷ୍ଟ୍ରାଇକ କରି ପାକିସ୍ତାନ ଭିତରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଥିଲା । ଏହାପରେ ପାକିସ୍ତାନ ଏୟାର ଷ୍ଟ୍ରାଇକରେ ଗୋଟେ ବିମାନକୁ ମାରି ଭାରତୀୟ ପାଇଲଟକୁ ବନ୍ଦୀ କରିଦେଇଥିଲା ।

ପାମ୍ପିଓ ଆଗକୁ ଲେଖିଛନ୍ତି, ଭାରତୀୟ ସମକକ୍ଷ ସୁଷମା ସ୍ୱରାଜ ତାଙ୍କୁ କହିଥିଲେ ଯେ, ପାକିସ୍ତାନ ଏହି ଆକ୍ରମଣକୁ ନେଇ ନିଜର ପରମାଣୁ ବୋମା ପ୍ରସ୍ତୁତ କରୁଛି ଏବଂ ଭାରତ ମଧ୍ୟ ଏହି ଷଡ଼ଯନ୍ତ୍ରକୁ ନେଇ ପ୍ରସ୍ତୁତ ହେଉଛି । ଏହାପରେ ପାକିସ୍ତାନ ସେନା ପ୍ରମୁଖ ଜେନେରାଲ କମର ଜାବେଦ ବିଜେପି ସହ ଆଲୋଚନା କରି ଏହି କଥା ପଚାରିଥିଲେ । ହେଲେ ଏହା ଆଦୌଂ ସତ ନୁହେଁ ବୋଲି ବିଜେପି ତାଙ୍କୁ ଉତ୍ତର ଦେଇଥିଲା । କହିବାକୁ ଗଲେ ଆମେରିକା ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପିଓଙ୍କ ଏହି ଦାବି ଉପରେ ବୈଦେଶିକ ମନ୍ତ୍ରଣାଳୟ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

Get real time updates directly on you device, subscribe now.