fbpx

JNUରେ ଚାଲିଲା BBC Documentary: ଛାତ୍ରଙ୍କ ଉପରେ ପଥରମାଡ଼, ପ୍ରଶାସନ ପକ୍ଷରୁ ବିଜୁଳି କଟ୍

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ୟୁନିଭରସିଟି (ଜେଏନୟୁ)ରେ ବିବିସି ଡକ୍ୟୁମେଣ୍ଟାରୀ ଚାଲିବାକୁ ନେଇ ଭୟଙ୍କର ହଙ୍ଗାମା ଆରମ୍ଭ ହୋଇଛି । ସମସ୍ତ ଛାତ୍ରମାନଙ୍କୁ ବିବିସିର ଏହି ଡକ୍ୟୁମେଣ୍ଟାରୀ ଦେଖିବାକୁ ଦିଆଯାଉ ବୋଲି ଛାତ୍ର ସଂଘ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି । ମାତ୍ର ଏହା ମଧ୍ୟରେ ପ୍ରଶାସନ କ୍ୟାମ୍ପସରେ ବିଜୁଳି କଟ୍ କରିଥିଲା ।

ବିବିସିର ଡକ୍ୟୁମେଣ୍ଟାରୀକୁ ନେଇ ଜେଏନୟୁରେ ଭୟଙ୍କର ହଙ୍ଗାମା ଦେଖିବାକୁ ମିଳିଛି । ସମସ୍ତଙ୍କୁ ଛାତ୍ର ସଂଘ ପକ୍ଷରୁ ଏହା ଦେଖିବାକୁ ଦିଆଯିବ ବୋଲି କୁହାଯାଇଥିଲା । ମାତ୍ର ଏହା ମଧ୍ୟରେ ପ୍ରଶାସନ ପକ୍ଷରୁ କ୍ୟାମ୍ପସରେ ବିଜୁଳି କଟ୍ କରିଦିଆଯାଇଥିଲା । ତେଣୁ ସମସ୍ତ ଛାତ୍ର ହାତରେ ଲାଇଟ୍ ଧରି ବାହାରେ ବିରୋଧ କରିବା ଆରମ୍ଭ କରିଦେଇଥିଲେ । ତେବେ ଡକ୍ୟୁମେଣ୍ଟାରୀ ଦେଖୁଥିବା ସମୟରେ କିଛି ଛାତ୍ରଙ୍କ ଉପରେ କେହି ପଥର ମାଡ଼ କରିଥିବା କୁହାଯାଉଛି । ମାତ୍ର କିଏ ପଥର ଫିଙ୍ଗିଥିଲା ତାହା ସ୍ପଷ୍ଟ ହୋଇନାହିଁ ।

ତେବେ ଜେଏନୟୁ କ୍ୟାମ୍ପରେ ଛାତ୍ରଙ୍କ ବିଚାରଧାରାରେ ମତଭଦ ଦେଖିବାକୁ ମିଳିଛି । ଜେଏନୟୁର କିଛି ଛାତ୍ର ଗୋଷ୍ଠୀ ବିବିସିର ଡକ୍ୟୁମେଣ୍ଟାରୀକୁ ବିରୋଧ କରୁଛନ୍ତି । ଏହା କ୍ୟାମ୍ପସର ବାତାବରଣ ଖରାପ କରିବ ବୋଲି ସେମାନେ କହୁଛନ୍ତି । ଡକ୍ୟୁମେଣ୍ଟାରୀକୁ ବ୍ୟାନ କରିବାକୁ ନେଇ ସେମାନେ ସ୍ୱାଗତ କରିଥିଲେ । ତେବେ କିଛି ଛାତ୍ର ସେମାନଙ୍କର ଫୋନରେ ବିବିସିର ଡକ୍ୟୁମେଣ୍ଟାରୀ ଦେଖୁଥିବା ଜଣାପଡ଼ିଥିଲା । ତେଣୁ ପ୍ରଶାସନ ଦ୍ୱାରା ବିଜୁଳି କଟ୍ କରାଯାଇଥିଲା ।

Get real time updates directly on you device, subscribe now.