fbpx

Airtel ଗ୍ରାହକଙ୍କୁ ବଡ଼ ଝଟକା: ସର୍ବନିମ୍ନ ମାସିକିଆ ରିଚାର୍ଜ ପ୍ଲାନ ୧୫୫ ଟଙ୍କାକୁ ବଢ଼ିଲା, ବନ୍ଦ ହୋଇଗଲା ୯୯ ଟଙ୍କିଆ ପ୍ଲାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏୟାରଟେଲ ଗ୍ରାହକଙ୍କୁ ଏକ ବଡ଼ ଝଟକା ଲାଗିଛି । କମ୍ପାନୀ ପକ୍ଷରୁ ସର୍ବନିମ୍ନ ମାସିକିଆ ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରାଯାଇଛି । ଦେଶର ୮ଟି ସର୍କଲ ପାଇଁ ଏହି ନିୟମ ଲାଗୁ କରାଯାଇଛି । ଗତବର୍ଷ ଶେଷ ସମୟରେ କମ୍ପାନୀ ଦୁଇଟି ସର୍କଲରେ ସର୍ବନିମ୍ନ ରିଚାର୍ଜ ପ୍ଲାନର ଦର ବୃଦ୍ଧି କରିଥିଲା । କମ୍ପାନୀ ମିନିମମ ରିଚାର୍ଜ ପ୍ଲାନରେ ୫୭ ପ୍ରତିଶତ ବୃଦ୍ଧି କରିଥିବା ଜଣାପଡ଼ିଛି ।

ତେବେ କମ୍ପାନୀର ନୂଆ ଘୋଷଣା ଅନୁଯାୟୀ, ଏବେ ୯୯ ଟଙ୍କିଆ ସର୍ବନିମ୍ନ ରିଚାର୍ଜ ପ୍ଲାନକୁ ବନ୍ଦ କରାଯାଇଛି । ଅପରପକ୍ଷେ ଏହି ପ୍ଲାନକୁ ୫୭ ପ୍ରତିଶତ ବୃଦ୍ଧି କରାଯାଇ ଏବେ ୧୫୫ ଟଙ୍କା କରାଯାଇଛି । ଗତବର୍ଷ ନଭେମ୍ବର ମାସରେ କମ୍ପାନୀ ଏହି ଟାରିଫ୍ ବୃଦ୍ଧି ଓଡ଼ିଶା ଓ ହରିୟାଣାରେ ଲାଗୁ କରିଥିଲା । ଏବେ ଏହା ଉତ୍ତରପ୍ରଦେଶ ପଶ୍ଚିମ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାରରେ ଲାଗୁ ହୋଇଛି ।

ପୂର୍ବରୁ ୯୯ ଟଙ୍କିଆ ପ୍ଲାନରେ ୨୦୦ ମେଗାବାଇଟ୍ ଡାଟା ସହ ପ୍ରତି ସେକେଣ୍ଡ ପିଛା ୨.୫ ଟଙ୍କା ରେଟ୍ ରହିଥିଲା । ଏବେ ୧୫୫ ଟଙ୍କିଆ ପ୍ଲାନରେ ଗ୍ରାହକମାନେ ଅସୀମିତ କଲିଂ ସୁବିଧା, ୧ଜିବି ଡାଟା ଓ ୩୦୦ ଏସଏମଏସ୍ ସୁବିଧା ପାଇ ପାରିବେ । ତେବେ ଏହି ୧୫୫ ଟଙ୍କିଆ ପ୍ଲାନ ଏବେ ଅନ୍ୟ ରାଜ୍ୟ ଜମ୍ମୁ କଶ୍ମୀର, ରାଜସ୍ଥାନ, ଉତ୍ତର ପୂର୍ବ ଓ ହିମାଚଳ ପ୍ରଦେଶରେ ମଧ୍ୟ ଲାଗୁ ହେବ । କମ୍ପାନୀ ଆଗାମୀ ଦିନରେ ସାରା ଭାରତବର୍ଷରେ ଏହାକୁ ଲାଗୁ କରିବ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.