fbpx
BSKY
BJD MC SKY
BJD YOUTH SKY

ଅଷ୍ଟ୍ରେଲିଆର ସେମି ଆଶା ବଢ଼ିଲା: ଇଂଲଣ୍ଡ ସେମିଫାଇନାଲ ଦୌଡ଼ରୁ ବିଦା

ନୂଆଦିଲ୍ଲୀ: ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ୩୩ ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏହାଫଳରେ ୭ଟି ମ୍ୟାଚରୁ ୫ଟିରେ ବିଜୟ ସହ ଅଷ୍ଟ୍ରେଲିଆର ପଏଣ୍ଟ ୧୦ରେ ପହଞ୍ଚି ଯାଇଛି । ଅନ୍ୟପକ୍ଷରେ ୭ଟି ମ୍ୟାଚରୁ ୧ଟିରେ ବିଜୟ ସହ ମାତ୍ର ଦୁଇ ପଏଣ୍ଟ ହାସଲ କରିଛି ଇଂଲଣ୍ଡ । ଅଷ୍ଟ୍ରେଲିଆର ସେମି ଆଶା ଉଜ୍ଜ୍ୱଳ ହୋଇଥିବା ବେଳେ ଇଂଲଣ୍ଡ ଏହି ଦୌଡ଼ରୁ ବାଦ୍ ପଡ଼ିଛି ।

ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୨୮୬ ରନ୍ ସଂଗ୍ରହ କରି ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ମାର୍ଣ୍ଣସ ଲାବୁସ୍କାଗ୍ନେ ସର୍ବାଧିକ ୭୧ ରନ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ଇନିଂସ ଖେଳିନଥିବା ବେଳେ ଅଧିକାଂଶ ଖେଳାଳିଙ୍କ ଯୋଗଦାନ ଫଳରେ ଦଳ ଏକ ବଡ଼ ସ୍କୋର ଛିଡ଼ା କରିବାରେ ସକ୍ଷମ ହୋଇଥିଲା । ଇଂଲଣ୍ଡ ପକ୍ଷରୁ କ୍ରିସ ଓକ୍ସ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ଇଂଲଣ୍ଡ ୪୮.୧ ଓଭରରେ ୨୫୩ ରନରେ ଅଲଆଉଟ୍ ହୋଇଯାଇଥିଲା । ଦାୱିଦ ମଲାନ ୫୦ ଓ ବେନ ଷ୍ଟୋକ୍ସ ୬୪ ରନ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ ତିଷ୍ଠି ପାରିନଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଦାମ ଜାମ୍ପା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ମିଚେଲ ଷ୍ଟାର୍କ, ଜୋଶ ହାଜଲେଉଡ, ଅଧିନାୟକ ପ୍ୟାଟ କମିନ୍ସ ପ୍ରତ୍ୟେକେ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.