fbpx

ବିଶ୍ୱକପରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ, କିଏ ହେବେ ଉପ-ଅଧିନାୟକ? ରେସ୍ ରେ ୪ ଖେଳାଳି

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ଗୋଡ଼ରେ ଆଘାତ ଲାଗିବାରୁ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି ଟିମ ଇଣ୍ଡିଆର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କ ସ୍ଥାନରେ ପେସ୍ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ବିଶ୍ୱକପ ଦଳରେ ସାମିଲ କରିଛି ଭାରତ । ତେବେ ହାର୍ଦ୍ଦିକ ଭାରତୀୟ ଦଳର ଉପ-ଅଧିନାୟକ ଥିବା ବେଳେ ତାଙ୍କ ଅନୁପସ୍ଥିତିରେ ବର୍ତ୍ତମାନ ପଦରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ତେଣୁ ଏହି ଦାୟିତ୍ୱ କାହାକୁ ଦିଆଯିବ, ସେ ନେଇ ଆଲୋଚନା ଲାଗି ରହିଛି । ଏହି ତାଲିକାରେ ଟିମ ଇଣ୍ଡିଆର ୪ ଜଣ ଷ୍ଟାର ଖେଳାଳି ସାମିଲ ରହିଛନ୍ତି ।

ହାର୍ଦ୍ଦିକ ଆହତ ହୋଇ ଦଳରୁ ବାଦ୍ ପଡ଼ିବା ପରେ ଦଳର ଉପ-ଅଧିନାୟକ କୋଜୁଛି ଟିମ ଇଣ୍ଡିଆ । ତେବେ ଏହି ତାଲିକାରେ ୱିକେଟ କିପର କେ.ଏଲ ରାହୁଲଙ୍କ ସମେତ ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ଏବଂ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସାମିଲ ରହିଛନ୍ତି । ତେଣୁ ଉପ-ଅଧିନାୟକ ପଦ କାହାକୁ ଦେବ ବିସିସିଆଇ ସେ ନେଇ ଚର୍ଚ୍ଚା ଲାଗି ରହିଥିଲା । କିନ୍ତୁ ବିସିସିଆଇ ଖୁବ ସହଜରେ ଏହାର ଉତ୍ତର ଦେବା ସହ ଦଳର ଉତ୍ତରାଧୀକାରୀ ମଧ୍ୟ ବାଛି ନେଇଛି । ଭାରତୀୟ ଟିମର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ନୂଆ ଉପ-ଅଧିନାୟକଙ୍କ ନାମ ଗୋଷଣା କରିଛନ୍ତି । ବିଶ୍ୱକପର ବାକି ମ୍ୟାଚରେ ଭାରତର ଉପ-ଅଧିନାୟକ ଦାୟିତ୍ୱ ୱିକେଟ କିପର କେ.ଏଲ ରାହୁଲଙ୍କ କାନ୍ଧରେ ନ୍ୟସ୍ତ କରିଛନ୍ତି ଅଗରକର । ବର୍ତ୍ତମାନଠାରୁ ରାହୁଲ ହାର୍ଦ୍ଦିକଙ୍କ ସ୍ଥାନରେ ଉପଅଧିନାୟକ ପଦ ସମ୍ଭାଳିବା ସହ ଅଧିନାୟକ ରୋହିତ ଶର୍ମାଙ୍କ ସହ ସମସ୍ତ ମିଟିଙ୍ଗରେ ଉପସ୍ଥିତ ରହିବେ ।

ଉପ-ଅଧିନାୟକ ତାଲିକାରେ ରାହୁଲଙ୍କ ସହିତ ବୁମରାହ ଏବଂ ରବିନ୍ଦ୍ର ଜାଡେଜାଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଥିଲା । କିନ୍ତୁ ଦଳର ୱିକେଟ କିପର ଏବଂ ଅଧିନାୟକ ଭାବରେ ଅଭିଜ୍ଞତାକୁ ନଜରରେ ରଖି ବିସିସିଆଇ ରାହୁଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛି । ଏସିଆ କପରେ କମବ୍ୟାକ କରିବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ରାହୁଲଙ୍କୁ ୨ଟି ମ୍ୟାଚ ପାଇଁ ନେତୃତ୍ୱ ମିଳିଥିଲା । ଏହାବ୍ୟତୀତ ସେ ଆଇପିଏଲରେ ମଧ୍ୟ ପଞ୍ଜାବ କିଙ୍ଗସ ଏବଂ ଲକ୍ଷେ୍ନø ସୁପର ଜିଆଣ୍ଟସ ଦଳ ପାଇଁ ଅଧିନାୟକ ପଦରେ ରହି ସାରିଛନ୍ତି ।

Get real time updates directly on you device, subscribe now.