fbpx
BSKY SKY
BSKY SKY

ମହିଳା ବିଶ୍ୱକପ କ୍ରିକେଟ: ଭାରତକୁ ହରାଇ ସେମିରେ ଅଷ୍ଟ୍ରେଲିଆ

BSKY

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମହିଳା ବିଶ୍ୱକପ-୨୦୨୨ର ପ୍ରଥମ ଟିମ ଭାବେ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି । ଭାରତକୁ ୬ ୱିକେଟରେ ହରାଇ ଅଷ୍ଟ୍ରେଲିଆ ଏହି ଗୌରବ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ହରାଇ ୨୭୭ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ୟାଷ୍ଟିକ ଭାଟିଆ (୫୯), ଅଧିନାୟିକା ମିଥାଲି ରାଜ (୬୮) ଓ ହରମନପ୍ରୀତ କୌର (୫୭) ପ୍ରତ୍ୟେକେ ଅର୍ଦ୍ଧଶତକ ହାସଲ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଡର୍ସି ବ୍ରାଉନ ୩ଟି, ଆଲନା କିଙ୍ଗ ୨ଟି ଓ ଜୋନାସେନ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ଅଷ୍ଟ୍ରେଲିଆ ମାତ୍ର ୪ଟି ୱିକେଟ ହରାଇ ୨୮୦ ରନ୍ ସଂଗ୍ରହ କରିନେଇଥିଲା । ଆଜି ଅଷ୍ଟ୍ରେଲିଆ ମହିଳା ବିଶ୍ୱକପ ଇତିହାସରୁ ସବୁଠାରୁ ବଡ଼ ରନ୍ ଚେଜ୍ କରିବାରେ ସଫଳ ହୋଇଥିଲା । ମେଗ ଲାନିଂ (୯୭) ଓ ଆଲିସା ହେଲି (୭୨)ଙ୍କ ବିଶାଳ ଭାଗିଦାରୀ ଦଳକୁ ସହଜ ବିଜୟ ଦେଇଥିଲା । ଭାରତ ପକ୍ଷରୁ ପୂଜା ଭଷ୍ଟ୍ରାକର ୨ଟି, ମେଘନା ସିଂହ ଓ ସ୍ନେହ ରଣା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଚଳିତ ବିଶ୍ୱକପରେ ଭାରତ ୫ଟି ମ୍ୟାଚରୁ ଆଜି ତୃତୀୟ ପରାଜୟ ବରଣ କରିଥିଲା ।

Get real time updates directly on you device, subscribe now.