fbpx

ମା-ବାପା ବଞ୍ଚି ଥାଉ ଥାଉ ସମ୍ପତ୍ତି ଉପରେ ହକ୍ ଜମାଇପାରିବ ନାହିଁ ପୁଅ: ହାଇକୋର୍ଟ

ମୁମ୍ବାଇ: ପାରିବାରିକ ସମ୍ପତ୍ତିକୁ ନେଇ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ପିତାମାତା ଜୀବିତ ଥିବା ପର୍ଯ୍ୟନ୍ତ କୌଣସି ବି ପୁଅ ସମ୍ପତ୍ତି ଉପରେ ହକ୍ ଜମାଇପାରିବ ନାହିଁ । ସୂଚନା ଅନୁସାରେ, ଜଣେ ପୁଅ ହାଇକୋର୍ଟରେ ନିଜ ମା’ଙ୍କୁ ୨ଟି ଫ୍ଲାଟ ବିକ୍ରୟରୁ ନିବୃତ୍ତ କରିବାକୁ ହାଇକୋର୍ଟରେ ଆବେଦନ କରିଥିଲେ । ସେହି ବ୍ୟକ୍ତିର ପିତା ଗତ କିଛି ବର୍ଷ ଧରି ମେଡିକାଲରେ ଭର୍ତ୍ତି ଥିଲେ । ଡାକ୍ତରୀ ଭାଷାରେ ସେ କୋମାରେ ଥିଲେ । ଏପରି ଅବସ୍ଥାରେ ହାଇକୋର୍ଟ ଗତବର୍ଷ ତାଙ୍କ ମା’ଙ୍କୁ ପରିବାର ଚଳାଇବାକୁ ଆଇନଗତ ଅଧିକାର ଦେଇଥିଲେ । ଅର୍ଥାତ୍ ଯଦି ତାଙ୍କ ମା’ ଚାହାଁନ୍ତ, ତେବେ ସେ ନିଜ ସ୍ୱାମୀଙ୍କ ଚିକିତ୍ସା ପାଇଁ ସମ୍ପତ୍ତି ବିକ୍ରି କରିପାରିବେ ।

ଖବର ହିସାବରେ ଜଷ୍ଟିସ ଗୌତମ ପଟେଲ ଓ ଜଷ୍ଟିସ ମାଧବ ଜାମଦାର ସେହି ବ୍ୟକ୍ତିକୁ କହିଛନ୍ତି ଯେ, ‘ତୁମ ପିତା ଜୀବିତ ଅଛନ୍ତି । ତୁମ ମା ବି ଜୀବିତ ଅଛନ୍ତି । ଏପରି ପରିସ୍ଥିତିରେ ତୁମର ପିତାଙ୍କ ସମ୍ପତ୍ତି ଉପରେ କୌଣସି ଆଗ୍ରହ ରହିବା ଉଚିତ୍ ନୁହେଁ । ସେମାନେ ଏହାକୁ ବିକ୍ରି କରିପାରିବେ । ଏଥିପାଇଁ ତୁମ ଅନୁମତିର ଆବଶ୍ୟକତା ନାହିଁ ।’

Get real time updates directly on you device, subscribe now.