fbpx
BSKY SKY
BSKY SKY

ହୋଲିରେ ଅଘଟଣ: ନଦୀରେ ବୁଡ଼ି ଦୁଇ ଶ୍ରମିକଙ୍କ ଜୀବନ ଗଲା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ସାରା ରାଜ୍ୟବାସୀ ହୋଲିରେ ଖୁସି ମନାଉଥିବା ବେଳେ ଏହି ଅବସରରେ ଏକ ଦୁଃଖ ଖବର ଆସିଛି । ଆଜି ଦୁଇଜଣ ଶ୍ରମିକଙ୍କର ଜୀବନର ଦୀପ ସବୁଦିନ ପାଇଁ ଲିଭି ଯାଇଛି । ମୃତ ଶ୍ରମିକ ଦୁହେଁ ବାହାର ରାଜ୍ୟର ଓ ସେମାନେ କୁଚିଣ୍ଡାରେ ଏକ ଭଡ଼ା ଘରେ ରହୁଥିଲେ । ଅଗ୍ନିଶମ ବାହିନୀ ଶବ ଦୁଇଟିକୁ ଉଦ୍ଧାର କରିଛି ।

ତେବେ ଜଣାପଡ଼ିଛି ଯେ, ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ଥବବା ଭେଡେନ୍ ନଦୀରେ ଗାଧୋଉଥିବା ବେଳେ ଦୁଇ ଶ୍ରମିକ ବୁଡ଼ି ଯାଇଥିଲେ । ନିଜର କାମ ସାରି ସେମାନେ ଭେଡେନ୍ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ମାତ୍ର ବିଧିର ବିଧାନ ଥିଲା ବିଚିତ୍ର । ନଦୀ ଜଳର ପ୍ରବଳ ସ୍ରୋତରେ ସେମାନେ ନିଜକୁ ବଞ୍ଚାଇ ପାରିନଥିଲେ ।

Get real time updates directly on you device, subscribe now.