fbpx

ଏପ୍ରିଲ ମାସରେ ଅଟୋମୋବାଇଲ ସେକ୍ଟରରେ ୩୭ ପ୍ରତିଶତ ବୃଦ୍ଧି ପାଇଲା ଖୁଚୁରା ବିକ୍ରି

Advertisement

ନୁଆଦିଲ୍ଲୀ: ଏପ୍ରିଲ ମାସରେ ଅଟୋମୋବାଇଲ ସେକ୍ଟରରେ ଖୁଚୁରା ବିକ୍ରୟ ୩୭ ପ୍ରତିଶତ ବୃଦ୍ଧି ପାଇଛି । ଏନେଇ ଫେଡେରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି । ଗତ ବର୍ଷ ଏପ୍ରିଲରେ ଭାରତ କରୋନା କବଳରେ ଥିବାରୁ ଅଟୋମୋବାଇଲ ସେକ୍ଟରରେ ତୀବ୍ର ହ୍ରାସ ପାଇଥିଲା । ୨୦୨୧ ଏପ୍ରିଲରେ ଖୁଚୁରା ବିକ୍ରୟ ୧୧ ଲକ୍ଷ ୮୭ ହଜାର ୭୭୧ ରହିଥିବା ବେଳେ ଚଳିତ ବର୍ଷ ଏଥିରେ ବୃଦ୍ଧି ପାଇ ୧୬ ଲକ୍ଷ ୨୭ ହଜାର ୯୭୫ରେ ପହଁଞ୍ଚିଛି ।

ରିପୋର୍ଟ ମୁତାବକ ଏପ୍ରିଲରେ ଯାତ୍ରୀବାହୀ ଗାଡ଼ି ୨୫ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ ୧୦ ହଜାର ୬୮୨ରେ ପହଁଞ୍ଚିଛି । ସେହିଭଳି ଦୁଇ ଚକିଆ ଯାନ ବିକ୍ରିରେ ମଧ୍ୟ ଆଖି ଦୃଶିଆ ବୃଦ୍ଧି ପାଇଛି । ଗତ ବର୍ଷ ଏପ୍ରିଲ ତୁଳନାରେ ୩୮ ପ୍ରତିଶତ ବୃଦ୍ଧି ପାଇ ୧୧ ଲକ୍ଷ ୯୪ ହଜାର ୫୨୦ରେ ପହଁଞ୍ଚଛି । ତେବେ କମର୍ସିଆଲ ଗାଡ଼ି ଗୁଡ଼ିକର ବିକ୍ରିରେ ୫୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ତିନି ଚକିଆ ଅଟୋରେ ସର୍ବାଧିକ ୯୪ ପ୍ରତିଶତ ବୃଦ୍ଧି ପାଇଛି ।

୨୦୨୦ ଏବଂ ୨୦୨୧ ଦୁଇ ବର୍ଷ ଧରି ଦେଶ କରୋନା କବଳରେ ଥିବାରୁ ଅଟୋମୋବାଇଲ ସେକ୍ଟର ଗଭିର ଭାବରେ ପ୍ରଭାବିତ ହୋଇଥିଲା । ଏହା ପରେ ଚଳିତ ବର୍ଷ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବାରୁ ଖୁଚୁରା ବିକ୍ରୟରେ ବୃଦ୍ଧି ପାଇଛି । ତେବେ କରୋନା ପୁର୍ବକାଳ ଏପ୍ରିଲ୍ ୨୦୧୯ ତୁଳନାରେ ଏପ୍ରିଲ୍ ୨୦୨୨ ମଧ୍ୟରେ ତୁଳନା କରାଯାଏ, ଆମେ ଏପର୍ଯ୍ୟନ୍ତ ଆମେ କରୋନା ଜଙ୍ଗଲରୁ ବାହାରି ନାହୁଁ କାରଣ ସାମଗ୍ରିକ ଖୁଚୁରା ୬% ହ୍ରାସ ପାଇଛି ବୋଲି ଫେଡେରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନର ସଭାପତି ଭିଙ୍କେଶ ଗୁଲାଟି କହିଛନ୍ତି ।

ବର୍ତ୍ତମାନ ସମୟରେ ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଚାଇନାରେ କରୋନା ବିସ୍ତାର କାରଣରୁ ଲକଡାଉନ୍ ଲାଗୁ ହୋଇଛି, ଏହାର ପ୍ରଭାବରେ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେଉଛି । ଏହା ସହିତ ଆରବିଆଇ ନିକଟରେ ବୃଦ୍ଧି କରିଥିବା ରେପୋ ରେଟର ପ୍ରଭାବ ମଧ୍ୟ ଗଭିର ପ୍ରଭାବ ପକାଇବ । ଅଧିକ ସୁଧ ଫଳରେ ଗାଡ଼ି କ୍ରୟ କରିବା ପାଇଁ ଲୋନ୍ ଅଧିକ ମହଙ୍ଗା ହେବ । ତେବେ ବର୍ତ୍ତମାନ ବାହାଘର ଋତୁ ଏବଂ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ରହିବାକୁ ଥିବାରୁ ଖୁଚୁରା ବିକ୍ରି ବୃଦ୍ଧି ପାଇବା ନେଇ ସେ ଆଶା ପ୍ରକଟ କରିଛନ୍ତି ।

Get real time updates directly on you device, subscribe now.