fbpx

ଲୋମଟାଙ୍କୁରା ହତ୍ୟାକାଣ୍ଡ: ବରମାଳା ପିନ୍ଧିବା ପରେ କନ୍ୟାକୁ ହେଲା ଗୁଳିମାଡ଼

Advertisement

ସମ୍ପନ୍ନ ହୋଇଥିଲା ବିବାହ… ବର-କନ୍ୟା ପରସ୍ପରକୁ ପିନ୍ଧାଇ ସାରିଥିଲେ ଜୟମାଳା… କିନ୍ତୁ ଏହି ସମୟରେ ଘଟିଗଲା ଏମିତି ଏକ ଅଘଟଣା, ଯାହା କେହି କେବେ କଳ୍ପନା ବି କରିନଥିବେ । ଜୟମାଳା ପିନ୍ଧା ସରିବା ପରେ ଯେତେବେଳେ କନ୍ୟା ରୁମରେ ବସିଥିଲେ ଏହି ସମୟରେ ତାଙ୍କୁ ଗୁଳିମାରି ହତ୍ୟା କରାଯାଇଛି । ଆଉ ବିବାହକୁ ନେଇ ଖୁସି ମନାଉଥିବା ପରିବାର ପାଇଁ ନିମିଷକ ମଧ୍ୟରେ ଦୁଃଖର କଳାବାଦାଲ ଘୋଟିଯାଇଥିଲା । ଉତ୍ତରପ୍ରଦେଶ ମଥୁରା ନୌଝିଲ ଥାନା ମୁବାରକପୁରରେ ଦେଖିବାକୁ ମିଳିଛି ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ।

ସୂଚନା ଅନୁଯାୟୀ, କୁଲ୍ଲୂପୁରା ଜୀବୀ ନଗରର ଖୁବୀ ରାମ ନିଜ ପୁଅର ବିବାହ ମୁବାରକପୁରରେ ସ୍ଥିର କରିଥିଲେ ଆଉ ବିବାହ ଦିନ ଖୁସିରେ ବରଯାତ୍ରୀ ସହ ବାହାରିଥିଲେ ଏବଂ ହର୍ଷଉଲ୍ଲାସ ସହକରେ ବିବାହ ସମ୍ପନ୍ନ ହୋଇଥିଲା । ବିବାହରେ ଜୟମାଳା ପିନ୍ଧା ସରିବା ପରେ କନ୍ୟା ଯେତେବେଳେ ରୁମ୍ ରେ ବସିଥିଲେ ସେହି ସମୟରେ ତାଙ୍କୁ କେହି ଗୁଳିମାରିଥିଲା । ଗୁଳି ଶବ୍ଦ ଶୁଣି ଯେତେବେଳେ ସଂପର୍କୀୟମାନେ ସେଠାରେ ପହଞ୍ଚିଥିଲେ ସେତେବେଳକୁ କନ୍ୟାର ମୃତ୍ୟୁ ହୋଇସାରିଥିଲା ଏବଂ ଚାରିଆଡେ ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିଲା ।

ଅନୁମାନ କରାଯାଉଛି ଯେ ପ୍ରେମ ପ୍ରସଙ୍ଗକୁ ନେଇ ଯୁବତୀଙ୍କ ପ୍ରେମୀ ଏହି ହତ୍ୟାକାଣ୍ଡ ଘଟାଇଥାଇପାରେ । ତେବେ ବର୍ତ୍ତମାନ ବଧୂର ହତ୍ୟା ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଥିଲା । ପରିଜନମାନେ ଡାକ୍ତରଙ୍କୁ ଡକାଇଥିଲେ, ଡାକ୍ତର ଆସିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ।  କନ୍ୟାଙ୍କ ପିତା ଖୁବୀ ରାମ କହିଛନ୍ତି ଯେ ତାଙ୍କ ଝିଅ ବରାମାଳା ପରେ ରୁମରେ ବସିଥିଲେ ଏବଂ ଏହି ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଗୁଳିମାରିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲାର ଯାଞ୍ଚ କରିବା ସହ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

Get real time updates directly on you device, subscribe now.