fbpx

‘ଅନେକ’ ଟ୍ରେଲରରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କଲେ ଏହି ସୁନ୍ଦରୀ: ନୂଆ ଲୁକରେ ନଜର ଆସିଲେ ଆୟୁଷ୍ମାନ

Advertisement

ମୁମ୍ବାଇ: ରିଲିଜ ହୋଇଛି ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ‘ଅନେକ’ ସିନେମାର ଟ୍ରେଲର । ସବୁ ଥର ପରି ଏଥର ମଧ୍ୟ ଏଖ ନୂଆ ବିଷୟବସ୍ତୁ ଏବଂ ନୂଆ ଲୁକରେ ପରଦାକୁ ଆସୁଛନ୍ତି ଆୟୁଷ୍ମାନ । ଉତ୍ତର-ପୂର୍ବ ଅଞ୍ଚଳର ରାଜନୈତିକ ବିଭ୍ରାଟ ଉପରେ ଆଧାରିତ ଏହି ନୂଆ ଚଳଚ୍ଚିତ୍ର । ତେବେଏହି ପିଲ୍ମରେ ଆୟୁଷ୍ମାନଙ୍କ ବ୍ୟତୀତ ଜଣେ ସୁନ୍ଦରୀ ନାୟିକା ନଜର ଆସିଛନ୍ତି । ଅଭିନୟର ଯାଦୁରେ ସେ ସମସ୍ତଙ୍କ ନଜର ନିଜ ଆଡକୁ ଆକର୍ଷିତ କରିଥିବା ଦେଖାଯାଉଛି ।

ଅନେକ ଫିଲମରେ ନଜର ଆସିଥିବା ଏହି ମହିଳା ହେଉଛନ୍ତି ନାଗାଲାଣ୍ଡର ଫେମସ ମଡେଲ ‘ଏଣ୍ଡ୍ରିଆ କେଭିଚୁଷା’ । ଆୟୁଷ୍ମାନଙ୍କ ପୂର୍ବରୁ କ୍ୟାଟ୍ରିନା କୈଫଙ୍କ ସହ ଏ ଫଟୋଶୁଟ କରି ସାରିଛନ୍ତି ଏଣ୍ଡ୍ରିଆ । ଯାହାର ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଚଳଚ୍ଚିତ୍ରକୁ ଆସିବା ପୂର୍ବରୁ ସେ ମଡେଲିଂ କରି ଆସୁଛନ୍ତି । ୧୫ ବର୍ଷ ବୟସରୁ ମଡେଲିଂ କରୁଥିବା ଏଣ୍ଡ୍ରିଆ ଏବେ ବଲିଉଡ ଜଗତରେ ପାଦ ରଖିଛନ୍ତି । ସ୍କୁଲରେ ପାଠପଢା କରିବା ସହ ମଡେଲିଂର ନିଶା ତାଙ୍କୁ ଘାରିଥିଲା ।

who is ayushmann khurrana anek movie actress Andrea Kevichusa has special connect with katrina kaif watch stunning photos- 'पार्लर वाली है?' ANEK Trailer में थप्पड़ खाती Andrea Kevichusa ने खींचा ध्यान, कटरीना

ଟ୍ରେଲରରେ ଏଣ୍ଡିଆଙ୍କ ଦମଦାର ଆକ୍ଟିଙ୍ଗ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ସିନେପ୍ରେମୀ । ସବ୍ୟସାଚୀ ମୁଖାର୍ଜୀ ସମେତ ଇଣ୍ଟରନେସନାଲ ଡିଜାଇନର୍ସ ମାନଙ୍କ ସହିତ କାମ କରି ସାରିଛନ୍ତି ଏଣ୍ଡ୍ରିଆ । କ୍ୟାଟ୍ରିନାଙ୍କ କସ୍ମେଟିକ ବ୍ରାଣ୍ଡରେ ମଧ୍ୟ ସେ ମଡେଲିଂ କରିଥିଲେ । ତେବେ ମୁମ୍ବାଇର ଆନିମଲ କ୍ରିଏଟିଭ୍ସ ନାମକ ଏଜେନ୍ସି ସହ ସେ ଯୋଡି ହୋଇଥିବା ବେଳେ କାଷ୍ଟିଙ୍ଗ ଡାଇରେକ୍ଟର ଏଣ୍ଡ୍ରିଆଙ୍କ ଉପରେ ମୁକେଶ ଛାବଡାଙ୍କ ନଜର ପଡିଥିଲା । ଏହାପରେ ତାଙ୍କ ଅଡିସନ ନେବା ସହ ତାଙ୍କୁ ‘ଅନେକ’ ସିନେମା ପାଇଁ ଚୟନ କରାଯାଇଛି ।

Get real time updates directly on you device, subscribe now.