fbpx

ସିଗାରେଟ୍ ଟାଣିଲେ ସ୍କୁଲ୍ ଛାତ୍ରୀ: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ

Advertisement

ନୂଆଦିଲ୍ଲୀ: କୋମଳମତି ଶିଶୁ ମାନଙ୍କୁ ନିଜ ଜୀବନକୁ ଏକ ନୂତନ ଦିଶା ପ୍ରଦାନ କରିବା ପାଇଁ ସ୍କୁଲ ଶିକ୍ଷା ହାସଲ କରିବାକୁ ପଡିଥାଏ । ତେବେ ଏହି ବୟସରେ ଅନେକ ଛାତ୍ରଛାତ୍ରୀ କିଛି ଖରାପ ଅଭ୍ୟାସର ଶିକାର ହୋଇଥାନ୍ତି । ଏମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।

୫-୬ ଜଣ ଛାତ୍ରୀ ଗ୍ରୁପରେ ଛିଡା ହୋଇଥବା ଏହି ଭିଡିଓରେ ଦେଖିବାକୁ ମିଳିଛି । ଭାଇରାଲ୍ ଝାମା ନାମକ ଚ୍ୟାନେଲରେ ଭିଡିଓଟି ଅପଲୋଡ୍ ହୋଇଛି । ଜଣେ ଛାତ୍ରୀ ସିଗାର୍ଟେ ଟାଣୁଥିବା ବେଳେ ଅନ୍ୟମାନେ ଏହାକୁ ଦେଖୁଛନ୍ତି ।

ସେହିପରି ଜଣେ ଛାତ୍ରୀ ଏହାର ଭିଡିଓ ବନାଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓଟି ବେଶ୍ ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ଦର୍ଶକଙ୍କ ପକ୍ଷରୁ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.