fbpx

କର୍ମଚାରୀଙ୍କ ବିବାହ କରାଇଥାଏ ଏହି ଆଇଟି କମ୍ପାନୀ: ଦରମାରେ ବି ହୋଇଥାଏ ବୃଦ୍ଧି

Advertisement

ପ୍ରାଇଭେଟ କମ୍ପାନୀମାନେ ଖାସ୍ କରି ଆଇଟି ସେକ୍ଟରର କମ୍ପାନୀମାନେ ସବୁବେଳେ ଚାହିଥାନ୍ତି ଯେପରି କମ୍ପାନୀର କୌଣସି କର୍ମଚାରୀ କମ୍ପାନୀ ଛାଡ଼ି ଯାଆନ୍ତୁ ନାହିଁ । ଏଥିପାଇଁ କମ୍ପାନୀମାନେ କର୍ମଚାରୀଙ୍କୁ ଅନେକ ସୁବିଧା ମଧ୍ୟ ଦେଇଥାନ୍ତି । ନିକଟରେ ଆପଣ ଦେଖିଥିବେ ଯେ କିପରି ଚେନ୍ନାଇର ଏକ ଆଇଟି କମ୍ପାନୀ ଏହାର ୧୦୦ କର୍ମଚାରୀଙ୍କୁ କାର୍ ଗିଫ୍ଟ ଦେଇଥିଲା ।

ତେବେ ବର୍ତ୍ତମାନ ପୁଣି ଏକ ଆଇଟି କମ୍ପାନୀକୁ ନେଇ ଚର୍ଚ୍ଚା ହେଉଛି । ଆଉ ଏହି ଆଇଟି କମ୍ପାନୀ କର୍ମଚାରୀଙ୍କୁ କାର୍ ତ’ ଗିଫ୍ଟ ଦେଉନାହିଁ, କିନ୍ତୁ ଅନେକ କିଛି ସୁବିଧା ପ୍ରଦାନ କରୁଛି । ତାମିଲନାଡୁର ଏହି ଆଇଟି କମ୍ପାନୀ କର୍ମଚାରୀଙ୍କୁ ନିଯୁକ୍ତି ସହ ସେମାନଙ୍କ ଫ୍ୟାମିଲି ପ୍ଲାନିଙ୍ଗ ପର୍ଯ୍ୟନ୍ତ ସବୁ ଦାୟିତ୍ୱ ଉଠାଇଥାଏ । ଅବିବାହିତ କର୍ମଚାରୀଙ୍କ ପାଇଁ ବର-କନ୍ୟା ଖୋଜିବା ଠାରୁ ଆରମ୍ଭ କରି ଘର ବସାଇବା ପର୍ଯ୍ୟନ୍ତ ଦାୟିତ୍ୱ ଉଠାଇଥାଏ ।

ଗ୍ଲୋବାଲ ଟେକ୍ନୋଲୋଜୀ ସଲ୍ୟୁସନ ପ୍ରୋଭାଇଡର କମ୍ପାନୀ ଶ୍ରୀ ମୁକାମ୍ବିକା ଇନଫୋସଲ୍ୟୁସନ ତରଫରୁ ଏହାର ମଦୁରାଇ ବ୍ରାଞ୍ଚ କର୍ମଚାରୀଙ୍କୁ ଏହି ଖାସ୍ ସୁବିଧା ପ୍ରଦାନ କରାଇଥାଏ । ଏମିତିରେ ଏଠାରେ କାମ କରୁଥିବା କର୍ମଚାରୀଙ୍କ ଦରମା ତ’ ବଢ଼ିଥାଏ, କିନ୍ତୁ ବିବାହ ହେବାପରେ ସ୍ପେଶାଲ ସାଲାରୀ ହାଇକ ହୋଇଥାଏ ।

ଶ୍ରୀ ମୁକାମ୍ବିକା ଇନଫୋସଲ୍ୟୁସନ ୨୦୦୬  ରେ ସିବକାସୀରୁ ଆରମ୍ଭ ହୋଇଥିଲା । ୨୦୧୦ ରେ କମ୍ପାନୀ ମଦୁରାଇରେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ବର୍ଷେରେ କମ୍ପାନୀର ଆୟ ୧୦୦ କୋଟି ରହିଛି । କମ୍ପାନୀର ସିଇଓ ସେଲଭାଗଣେଶଙ୍କ ଅନୁଯାୟୀଙ୍କ କମ୍ପାନୀର ସବୁଠୁ ବଡ଼ ଶକ୍ତି ହୋଇଥାନ୍ତି ହୋଇଥାଏ ଏହାର କର୍ମଚାରୀ ତେଣୁ କର୍ମଚାରୀଙ୍କୁ ସୁବିଧା ଦେବାରେ ସେମାନେ ବିଶ୍ୱାସ କରନ୍ତି । ସେ କହିଛନ୍ତି ଯେ ଅନେକ କର୍ମଚାରୀଙ୍କ ମାତା-ପିତା ଗାଁରେ ରହୁଥିବାରୁ ବର-କନ୍ୟା ଖୋଜିବାରେ ଅସୁବିଧା ହୋଇଥାଏ ଫଳରେ କମ୍ପାନୀ ଆଲାଏନ୍ସ ମେକସଙ୍କ ନେଟୱର୍କ ଦ୍ୱାରା ବର-କନ୍ୟା ଖୋଜିବାରେ ସହାୟତା କରିଥାଏ ଏବଂ ସବୁ କର୍ମଚାରୀ ବିବାହରେ ବିବାହରେ ସାମିଲ ହୋଇଥାନ୍ତି ।

ଏମିତିରେ ତ’ କମ୍ପାନୀ ପ୍ରତି ୬ ମାସରେ ୬-୮ ପ୍ରତିଶତ ଦରମା ବଢ଼ାଇଥାଏ । କମ୍ପାନୀ ବିବାହ ପରେ ସ୍ୱତନ୍ତ୍ର ଦରମା ବୃଦ୍ଧି କରିଥାଏ । କମ୍ପାନୀ ପୂରାତନ କର୍ମଚାରୀଙ୍କ ଧ୍ୟାନ ମଧ୍ୟ ରଖିଥାଏ । ଯଦି କାହାକୁ କୌଣସି ଅସୁବିଧା ହୋଇଥାଏ ତେବେ ସେ ସିଧାସଳଖ ସିଇଓଙ୍କ ସହ କଥା ହୋଇଥାନ୍ତି । ସେଲଭାଗଣେଣ କହିଛନ୍ତି ଯେ ଏମିତି କରିବା ଦ୍ୱାରା କର୍ମଚାରୀମାନଙ୍କ କମ୍ପାନୀ ସହ ଏକ ଭଲ ସମ୍ପର୍କ ରହିଥାଏ । ଫଳରେ କର୍ମଚାରୀମାନେ କମ୍ପାନୀ ଛାଡ଼ିବାକୁ ଚାହିନଥାନ୍ତି ।

Get real time updates directly on you device, subscribe now.