fbpx

ଅଜବ: ହେଲମେଟ୍ ନପିନ୍ଧିବାରୁ ଅଟୋ ରିକ୍ସା ଡ୍ରାଇଭରଙ୍କ କଟିଲା ଚାଲାଣ

ମୁମ୍ବାଇ: ମହାରାଷ୍ଟ୍ରର କଲ୍ୟାଣରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ସେଠାକାର ଟ୍ରାଫିକ ପୋଲିସ ଜଣେ ଅଟୋ ଡ୍ରାଇଭରଙ୍କ ଉପରେ ହେଲମେଟ ନପିନ୍ଧିବାରୁ ୫୦୦ ଟଙ୍କାର ଚାଲାଣ କାଟିଛନ୍ତି । କୁହାଯାଉଛି ଯେ, ୩ ଡିସେମ୍ବର ୨୦୨୧ରେ ମୁମ୍ବାଇର କାନ୍ଦିବଳୀ ଅଞ୍ଚଳରେ ଏକ ବାଇକରେ ଚାଳକ ବିନା ହେଲମେଟରେ କୁଆଡେ ଯାଉଥିଲେ । ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଟ୍ରାଫିକ୍ ପୋଲିସ ତାଙ୍କ ଫଟୋ ଉଠାଇଥିଲେ । କିନ୍ତୁ ଚାଲାଣ ଅଟୋ ରିକ୍ସା ଚାଳକ ଗୁରୁନାଥ ଚିକନକରଙ୍କ ନାଁରେ ଆସିଥିଲା । ଚାଲାଣରେ ଫଟୋ ବାଇକର ଥିଲା, କିନ୍ତୁ ଅଟୋର ନମ୍ବର, ନାଁ ଓ ମୋବାଇଲ ନମ୍ବର ଗୁରୁନାଥଙ୍କର ଥିଲା ।

ଅଟୋ ରିକ୍ସା ଡ୍ରାଇଭର ଗରୁନାଥ ଯେବେ ମୋବାଇଲ ଫୋନରୁ ୫୦୦ ଟଙ୍କା ଜୋରିମାନାର ଜାଣିଥିଲେ, ସେବେ ସେ ବି ଆଶ୍ଚର୍ଯ୍ୟ ହୋଇଥିଲେ । ଏହାକୁ ନେଇ ସେ କଲ୍ୟାଣ ଟ୍ରାଫିକ ପୋଲିସକୁ ପଚାରିବାରୁ ସେମାନେ ତାଙ୍କୁ ଠାଣେ ଓ ମୁମ୍ବାଇ ଯିବାକୁ କହିଥିଲେ । ଏହି ବୟାନ ଉପରେ ରିକ୍ସା ଚାଳକ କହିଥିଲେ ଯେ, ଯଦି ମୋର ଭୁଲ ନାହିଁ, ତେବେ ମୁଁ କାମ ବନ୍ଦ କରି ମୁମ୍ବାଇ ଓ ଠାଣେ କାହିଁକି ଯିବି?ଅନ୍ୟପଟେ ଘଟଣାକୁ ନେଇ ରିକ୍ସା ଚାଳକଙ୍କ ଉପରେ ମାନସିକ ଚାପ ପଡ଼ିଥିଲା । ଏହି ମାମଲାରେ ଲାଗିଥିବା ଜୋରିମାନା ଓ ନୋଟିସକୁ ରଦ୍ଦ କରିବାକୁ ସେ ଦାବି କରିଥିଲେ । ତେବେ କଲ୍ୟାଣରେ ନିକଟରେ ଇ-ଚାଲାଣ ବ୍ୟବସ୍ଥା ଆରମ୍ଭ ହୋଇଛି, ଯେଉଁ କାରଣରୁ ସେଥିରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି ।

Get real time updates directly on you device, subscribe now.