fbpx
BSKY
BJD MC SKY
BJD YOUTH SKY

ଗରିବଙ୍କୁ ଲାଗିଲା ବଡ଼ ଝଟକା: ବଢ଼ିଲା ଅଟୋ ଓ ଟ୍ୟାକ୍ସି ଭଡ଼ା

ନୂଆଦିଲ୍ଲୀ: ସାରା ଦେଶର ଅଧିକାଂଶ ସ୍ଥାନରେ ଏବେ ପ୍ରବଳ ଶୀତଳ ଲହରୀ ଦେଖିବାକୁ ମିଳିଛି । ପ୍ରବଳ ଥଣ୍ଡା କାରଣରୁ ଦେଶରେ ୧୦୦ରୁ ଅଧିକ ଲୋକଙ୍କର ହାର୍ଟ ଆଟାକରେ ମୃତ୍ୟୁ ଘଟିଲାଣି । ତେବେ ଏଭଳି ସ୍ଥିତିରେ ପୁଣି ଆସିଛି ଏକ ନୈରାଶ୍ୟଜନକ ଖବର । ପୂର୍ବାପେକ୍ଷା ଯାତ୍ରୀଙ୍କୁ ଏଣିକି ଅଧିକ ଅଟୋ ଓ ଟ୍ୟାକ୍ସି ଭଡ଼ା ଦେବାକୁ ପଡ଼ିବ । ଦୈନନ୍ଦିନ ଜୀବନରେ ଯାତାୟାତ କରିବା ପାଇଁ ଅଟୋ ଟ୍ୟାକ୍ସି ଉପରେ ନିର୍ଭର କରୁଥିବା ଗରିବଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ବଡ଼ ଝଟକା ।

ନିକଟରେ ସାରା ଦେଶରେ ସିଏନଜିର ଦାମ୍ କ୍ରମାଗତ ବୃଦ୍ଧି ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳୁଛି । ତେଣୁ ଅଟୋ ଓ ଟ୍ୟାକ୍ସି ଚାଳକମାନେ ଦିଲ୍ଲୀରେ ଭଡ଼ା ସଂଶୋଧନ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଦିଲ୍ଲୀ ସରକାର ଭଡ଼ା ବଢ଼ାଇବା ପାଇଁ ଏକ କମିଟି ଗଠନ କରିଥିଲେ । ଉକ୍ତ ରିପୋର୍ଟକୁ ଆଧାର କରି ଏବେ ଭଡ଼ା ବୃଦ୍ଧି ନିଷ୍ପତ୍ତି ନିଆଯାଇଛି ।

ତେବେ ଏଣିକି ଅଟୋର ମିଟର ୩୦ ଟଙ୍କାରୁ ଡାଉନ ହେବ । ପୂର୍ବରୁ ଏହା ୨୫ ଟଙ୍କା ରହିଥିଲା । ଏଥିସହିତ ପ୍ରତି କିମି ପିଛା ଯାତ୍ରୀଙ୍କୁ ୧୧ ଟଙ୍କା ଦେବାକୁ ପଡ଼ିବ । ବିନା ଏସିଯୁକ୍ତ ଟ୍ୟାକ୍ସି ପାଇଁ ଯାତ୍ରୀଙ୍କୁ ଏବେ ସର୍ବନିମ୍ନ ୪୦ ଟଙ୍କା ଭଡ଼ା ଦେବାକୁ ପଡ଼ିବ । ଏଥିସହିତ ପ୍ରତି କିମି ପିଛା ୧୭ ଟଙ୍କା ଦେବାକୁ ପଡ଼ିବ । ପୂର୍ବରୁ ଏହା ୧୪ ଟଙ୍କା ରହିଥିଲା । ଏସି ଯୁକ୍ତ ଟ୍ୟାକ୍ସି ଭଡ଼ା ୧୬ରୁ ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି । ରାତିରେ ୨୫ ପ୍ରତିଶତ ଚାର୍ଜ ଉପରେ କିଛି ପରିବର୍ତ୍ତନ ହୋଇନାହିଁ । ୱେଟିଂ ଚାର୍ଜ ବର୍ତ୍ତମାନ ୩୦ ଟଙ୍କା ରହିଥିବା ବେଳେ ୧୫ ମିନିଟ ବୁଲିବା ପରେ ପ୍ରତି ମିନିଟ ପିଛା ୧ ଟଙ୍କା ହିସାବରେ ନିଆଯିବ । ଅତିରିକ୍ତ ସାମଗ୍ରୀ ଶୁଳ୍କ ୧୦ରୁ ୧୫ ଟଙ୍କାକୁ ବୃଦ୍ଧି କରାଯାଇଛି । ଏ ବାବଦରେ କେଜ୍ରିୱାଲ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

Get real time updates directly on you device, subscribe now.