fbpx

(Video) ସେଲିବ୍ରେସନରେ ସୀମା ଟପିଗଲେ ଆଭେଶ ଖାନ: ମ୍ୟାଚ ରେଫରୀ ଦେଲେ ଏମିତି ସଜା

ନୂଆଦିଲ୍ଲୀ: ସେମାବାର ସନ୍ଧ୍ୟାରେ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ବିପକ୍ଷରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଛି । ଘମାଘୋଟ ଯୁଦ୍ଧ ପରେ ଶେଷ ବଲରେ ବାଜି ମାରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ । ସେପଟେ ୨୧୨ ରନ କରିବା ପରେ ମଧ୍ୟ ପରାଜୟର ସାମନା କରିଛି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । ତେବେ ମ୍ୟାଚ ବିଜୟ ପରେ ହୋଇଥିବା ସେଲିବ୍ରେସନ ସୁପର ଜିଆଣ୍ଟସର ଷ୍ଟାର ବୋଲର ଆଭେଶ ଖାନଙ୍କ ଉପରେ ମହଙ୍ଗା ପଡିଛି । ଯାହା ଫଳରେ ମ୍ୟାଚ ରେଫରୀ ତାଙ୍କୁ ନିୟମ ଭାଙ୍ଗିବା ଅଭିଯୋଗରେ ଦଣ୍ଡିତ କରିଛନ୍ତି ।

ରୋମାଞ୍ଚକର ମ୍ୟାଚରେ ଶେଷ ବଲରେ ଏକ ରନ୍ କରି ସୁପର ଜିଆଣ୍ଟସକୁ ବିଜୟ ଦେଇଥିଲେ ଆଭେଶ । କିନ୍ତୁ ମ୍ୟାଚର ଅସଲି ଡ୍ରାମା ହୋଇଥିଲା ଲକ୍ଷ୍ନୌର ବିଜୟ ପରେ । ଦଳର ଷ୍ୟାର ବୋଲର ଆଭେଶ ଖାନ ବିଜୟ ଖୁସି ସେଲିବ୍ରେସନ କରି ବର୍ତ୍ତମାନ ଅଡଚୁଆରେ ପଡିଯାଇଛନ୍ତି । ମ୍ୟାଚ ଜିତିବା ପରେ ଆଭେଶ ନିଜ ହେଲମେଟ ଖୁବ ଜୋରରେ ତଳକୁ ଫିଙ୍ଗି ଦେଇଥିଲେ । ଏହାକୁ ନେଇ ମ୍ୟାଚ ରେଫରୀ ଆଭେଶ ଖାନଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି । ତେଣୁ ଏହାକୁ ଆଚାର ସଂହିତାର ଉଲ୍ଲଙ୍ଘନ କରିବା ଅଭିଯୋଗରେ ଆଭେଶଙ୍କୁ ଚେତାବନୀ ଦେଇଛନ୍ତି ମ୍ୟାଚ ରେଫରୀ ।

ତେବେ ଆଭେଶ ଖାନ୍ ନିଜର ଏହି ଭୁଲକୁ ଗ୍ରହଣ କରି ନେଇଛନ୍ତି । କିନ୍ତୁ ଏହି କାଣ୍ଡ ପାଇଁ ଆଭେଶ ଖାନଭ୍କ ଉପରେ କୌଣସି ଆର୍ଥିକ ଜରିମାନା ଲଗାଯାଇ ନଥିଲେ ବି କେବଳ ଚେତାବନୀ ଦିଆଯାଇଛି । ଏହି ମ୍ୟାଚରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ସୁପର ଜିଆଣ୍ଟସକୁ ୨୧୩ ରନର ଏକ ବିଶାଳ ଲକ୍ଷ୍ୟ ଦେଇଥିଲା । ଯାହା ପିଛା କରି ଖୁବ ସଂଘର୍ଷ କରି ଶେଷ ବଲରେ ମ୍ୟାଚରେ ବିଜୟ ହାସଲ କରିଛି ।

Get real time updates directly on you device, subscribe now.