fbpx
BJD SKY
BJD SKY

ତତଲା କଢେଇରେ ରାଜ୍ୟବାସୀ ; ଆଜି ରାଜଧାନୀର ତାପମାତ୍ରା ୪୦ ଟପିଲା, ୧୩ରୁ ୧୫ ନିଆଁ ବର୍ଷିବ

BJD

ଭୁବନେଶ୍ୱର : ତତଲା କଢେଇରେ ସିଝୁଛନ୍ତି ରାଜ୍ୟବାସୀ । ଆଜି ରାଜ୍ୟ ରାଜଧାନୀରେ ତାପମାତ୍ରା ୪୦ ଟପିଛି । ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ଥିବା ରେକର୍ଡ କରାଯାଇଛି । ସେହିଭଳି ଝାରସୁଗୁଡାର ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ମଙ୍ଗଳବାର ଏଠାର ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଗତକାଲି ମଧ୍ୟ ଝାରସୁଗୁଡାର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା ।

ସମ୍ବଲପୁରରେ ୪୦.୬ ଡିଗ୍ରୀ, ହୀରକୁଦରେ ୩୯.୨ ଡିଗ୍ରୀ, ଚାନ୍ଦବାଲିରେ ୩୮.୪ ଡିଗ୍ରୀ, ବାଲେଶ୍ୱର ୩୭.୪ ଡିଗ୍ରୀ, କେନ୍ଦୁଝର ୩୭.୨ ଡିଗ୍ରୀ, ପୁରୀରେ ୩୪.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ସାଢେ ୨ଟା ସୁଦ୍ଧା ଗୋପାଳପୁର ୩୩.୮ ଏବଂ ପରାଦ୍ୱୀପରେ ୩୨.୨ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି ।

ଏହା ବ୍ୟତୀତ ୧୩,୧୪ ଓ ୧୫ରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବାନା ରହିଛି । ଏହି ତିନି ଦିନ ରାଜ୍ୟରେ ନିଆଁ ବର୍ଷା ହେବ । ଏହି ତିନି ଦିନ ମଧ୍ୟରେ ରାଜ୍ୟର କୌଣସି ସ୍ଥାନରେ କୌଣସି କାଳ ବୈଶାଖୀ ହେବାର ସମ୍ଭାବାନା ନାହିଁ ।
ସୂଚନାଯୋଗ୍ୟ, ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ୱର ରାଜ୍ୟରେ ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ସାଢ଼ୋ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ସହ ସମ୍ବଲପୁରରେ ୩୮, ଝାରସୁଗୁଡ଼ାରେ ୩୭.୬, ଚାନ୍ଦବାଲିରେ ୩୭.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ବାଲେଶ୍ୱରରେ ୩୬.୮, ହୀରାକୁଦରେ ୩୬.୨, କେନ୍ଦୁଝରରରେ ୩୫.୪, ଗୋପାଳପୁରରେ ୩୪, ପୁରୀରେ ୩୩.୮, ପାରାଦୀପରେ ୩୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଥିଲା । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.