fbpx

ଫ୍ରିଜରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଜିନିଷ, ସ୍ୱାସ୍ଥ୍ୟ ପାଇଁ ହୋଇଥାଏ କ୍ଷତିକାରକ…

ଓଡ଼ିଶା ଭାସ୍କର: ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ ଫ୍ରିଜ ଦେଖିବାକୁ ମିଳୁଛି । ବର୍ତ୍ତମାନ ଏହା ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଗଲାଣି । ଫଳ ପନିପରିବା ଠାରୁ ଆରମ୍ଭ କରି ଆଇସକ୍ରିମ୍‌, କୋଲ୍ଡଡ୍ରିଙ୍କ୍‌ସ, ରାତିର ବଳକା ଖାଦ୍ୟ ଫ୍ରିଜରେ ରଖାଯାଇଥାଏ । ଫ୍ରିଜରେ ଏହି ସବୁ ଜିନିଷ ଦୀର୍ଘ ସମୟ ପର୍ଯ୍ୟନ୍ତ ସତେଜ ରହିଥାଏ । କିନ୍ତୁ ଫ୍ରିଜରେ କିଛି ଜିନିଷ ରଖିବା ପୂର୍ବରୁ ସତର୍କତା ଅବଲମ୍ବନ କରିବା ଉଚିତ । ଏମିତି ଅନେକ ଜିନିଷ ଅଛି ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଫ୍ରିଜରେ ରହିଲେ ତାହାର ପୋଷକ ତତ୍ୱ ହ୍ରାସ ପାଇବା ସହ ତାହା ବିଷ ସଦୃଶ ପାଲଟିଯାଏ । ଏହା ସେବନ କରିବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ଅନେକ କ୍ଷେତ୍ରରେ ଏହା ଫୁଡ଼ ପଏଜନିଂର ଆଶଙ୍କା ମଧ୍ୟ ବୃଦ୍ଧି କରିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଫ୍ରିଜରେ ରଖିବା ଉଚିତ ନୁହେଁ :

୧.ଟମାଟୋ: ଟମାଟୋ ଶୀଘ୍ର ନଷ୍ଟ ହେବା କାରଣରୁ ଅଧିକାଂଶ ଲୋକମାନେ ଫ୍ରିଜରେ ରଖିଥାନ୍ତି । ଏହା ଦ୍ୱାରା ଟମାଟୋର ପୋଷକ ତତ୍ୱ ନଷ୍ଟ ହୋଇଥାଏ ଏବଂ ରସ ମଧ୍ୟ ଶୁଖିଯାଏ । ଏହି ଟମାଟୋକୁ ରୋଷେଇ କିମ୍ବା ସାଲାଡ଼ରେ ବ୍ୟବହାର କରିଲେ ପ୍ରକୃତ ସ୍ୱାଦ ରହି ନଥାଏ ।

୨. ରସୁଣ: ରସୁଣକୁ କେବେ ବି ଫ୍ରିଜରେ ରଖନ୍ତୁ ନାହିଁ । ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବା ପରିବର୍ତ୍ତେ କ୍ଷତିକାରକ ପାଲଟିଯାଏ । ସେହିପରି ଅଦା ଫ୍ରିଜରେ ରଖିବା ଦ୍ୱାରା ସେଥିରେ ଥିବା ଔଷଧୀୟ ଗଣ ନଷ୍ଟ ହୋଇଥାଏ ।

୩. ପିଆଜ: ପିଆଜକୁ ଫ୍ରିଜରେ ରଖିବା ଦ୍ୱାରା ଏହାର ଆଦ୍ରତା ନଷ୍ଟ ହୋଇଥାଏ ଏବଂ ଫଙ୍ଗସ୍ ଲାଗିବାର ଆଶଙ୍କା ଦେଖାଦେଇଥାଏ । ପିଆଜକୁ କେବେ ବି ପ୍ଲାଷ୍ଟିକ ବ୍ୟାଗ କିମ୍ବା ଆଳୁ ସହ ରଖନ୍ତୁ ନାହିଁ ।

୪. କ୍ୟାପସିକମ୍‌: କ୍ୟାପସିକମକୁ ଫ୍ରିଜରେ ରଖିଲେ ଏହା ନରମ ହେବା ସହ ସ୍ୱାଦ କମିଯାଏ । ଏହା ସହ କାକୁଡ଼ିକୁ ଫ୍ରିଜରେ ରଖିଲେ ତାହା ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ । ଏହାକୁ ସବୁବେଳେ ରୁମ୍ ଟେମ୍ପରେଚରରେ ରଖିବା ଉଚିତ ।

୫. ଚାଉଳ: ଅଧିକାଂଶ ଲୋକମାନେ ପୋକମାନଙ୍କ ଦାଉରୁ ଚାଉଳକୁ ରକ୍ଷା କରିବା ପାଇଁ ଫ୍ରିଜରେ ରଖିଥାନ୍ତି । ଏପରି କଲେ ସେଥିରେ ଶୀଘ୍ର ଫିମ୍ପି ଲାଗିଥାଏ । ଫ୍ରିଜରେ ଚାଉଳ ରଖିବାର ଥିଲେ ୨୪ ଘଣ୍ଟାରୁ ଅଧିକ ରଖନ୍ତୁ ନାହିଁ ।

୬. ଆଳୁ: ଆଳୁକୁ ଫ୍ରିଜରେ ରଖନ୍ତୁ ନାହିଁ । ଏପରି କଲେ ଆଳୁରେ ଥିବା ଷ୍ଟାର୍ଚ ଶର୍କରାରେ ପରିବର୍ତ୍ତିତ ହୋଇଯାଏ । ତେଣୁ ଆଳୁକୁ ସବୁବେଳେ ରୁମକ ଟେମ୍ପରେଚରରେ ରଖନ୍ତୁ ।

Get real time updates directly on you device, subscribe now.