fbpx
BJD
BJD SKY
BJD SKY

ରାମ ନଗରୀରେ ବିରଳ ଦୃଶ୍ୟ, ଗଛ ଦେହରେ ସ୍ୱତଃ ଲେଖି ହୋଇଯାଉଛି ‘ରାମ’ ନାମ

ଅଯୋଧ୍ୟା: ‘ରାମ’ ନାମରେ ଚମତ୍କାରୀ ଶକ୍ତି ରହିଛି । ଏହା ପଥର ଉପରେ ଲେଖିଦେଲେ ପଥର ପତର ପରି ପାଣିରେ ଭାସିବାକୁ ଲାଗିଥାଏ । ସେହିପରି କୌଣସି ବୃକ୍ଷ ଉପରେ ଏହା ଲେଖା ହୋଇଗଲେ ବୃକ୍ଷଟି ପୂଜ୍ୟ ହୋଇଯାଏ । ଏହାକୁ ନେଇ ଆପଣଙ୍କ ମନ ମଧ୍ୟରେ ସନ୍ଦେହ ଥିଲେ ଆପଣ ଅଯୋଧ୍ୟା ନଗରୀ ଜରୁର ବୁଲି ଆସନ୍ତୁ ।

ଲକ୍ଷ୍ନୌ-ଗୋରଖପୁର ହାଇୱେରେ ଥିବା ଯେଉଁ ମହୋବରା ବାଇପାସ୍ ଛକରୁ ରାମ ଜନ୍ମଭୂମି ପର୍ଯ୍ୟନ୍ତ କରିଡର ନିର୍ମାଣ କରାଯାଉଛି ସେହିଠାରୁ ହାଇୱେ ସହିତ ସମାନ୍ତରାଳ ଭାବରେ ଯାଇଥିବା ସର୍ଭିସ୍ ରୋଡ୍ ରେ ଆଗକୁ ଗଲେ ପଡିଥାଏ ନିରଙ୍କାରପୁର । ଏହି ନିରଙ୍କାରପୁରରେ ରହିଛି ଏହି ଅଦ୍ଭୁତ ବୃକ୍ଷ । ଏହି ବୃକ୍ଷରେ ମନକୁ ମନକୁ ଲେଖି ହୋଇଯାଉଛି ରାମ ନାମ । ଏହି ବୃକ୍ଷ ଏବେ ସମଗ୍ର ଅଞ୍ଚଳରେ ଲୋକମାନଙ୍କର ପ୍ରମୁଖ ଆସ୍ଥାର କେନ୍ଦ୍ର ପାଲଟିଛି ।

ଏହାର ସତ୍ୟତା ପରୀକ୍ଷା ଲାଗି ଏଠାକୁ ଦୂର ଦୂରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ଶ୍ରଦ୍ଧାଳୁ କୌଣସି ନିଷ୍କର୍ସରେ ପହଞ୍ଚିବା ପୂର୍ବରୁ ସେମାନଙ୍କ ସାକ୍ଷାତ ହୋଇଥାଏ ଗ୍ରାମର ରାଜକୁମାର ଯାଦବଙ୍କ ସହିତ । ସେ ବୃକ୍ଷର ଶରୀରକୁ ବହୁତ ଧ୍ୟାନର ସହ ଦେଖିବାକୁ ପରାମର୍ଶ ଦେଇଥାନ୍ତି । କିଛି ସମୟ ଧ୍ୟାନର ସହ ଦେଖିବା ପରେ ଶ୍ରଦ୍ଧାଳୁଙ୍କ ଆଖି ସାମ୍ନାରେ ଚମକି ଉଠିଥାଏ ‘ରାମ’ ନାମ । ଏହାପରେ ଶ୍ରଦ୍ଧାଳୁ ପୁରା ସମର୍ପଣ ଭାବନାର ସହିତ ଶିରୋଧାର୍ଯ୍ୟ କରିଥାନ୍ତି ।

ଏହି ବୃକ୍ଷ ଶହ ଶହ ବର୍ଷ ଧରି ଗ୍ରାମର ଏକ ଐତିହ୍ୟ ହୋଇରହିଛି । ଏହି ବୃକ୍ଷର ପୂର୍ବବର୍ତ୍ତୀ ସଂସ୍କରଣ ଏହାଠାରୁ ଆହୁରି ପ୍ରତିଷ୍ଠିତ ଥିଲା । କିନ୍ତୁ ୪/୫ ଦଶକ ପୂର୍ବେ କୌଣସି କାରଣରୁ ଏହା ନଷ୍ଟ ହୋଇଯାଇଥିଲା । ଲୋକମାନେ ଏହାକୁ ନେଇ ବହୁତ ଦୁଃଖୀ ହୋଇଥିଲେ । ଏହାର ପ୍ରାୟ ଏକ ଦଶକ ପରେ ସେହି ସ୍ଥାନରେ ଏକା ପ୍ରଜାତିର ନୂଆ ବୃକ୍ଷ କଅଁଳିଥିଲା । ଗ୍ରାମବାସୀଙ୍କୁ ଲାଗିଥିଲା ସେମାନଙ୍କ ଗୌରବ ପୁଣି ଫେରି ଆସିଥିଲା ।

ପୌରାଣିକ ମାନ୍ୟତା ଅନୁସାରେ ୨୧୦୦ବର୍ଷ ପୂର୍ବେ ବିକ୍ରମାଦିତ୍ୟ ଯେଉଁ ମହତ୍ତ୍ୱପୂର୍ଣ୍ଣ ସଂକେତ ଆଧାରରେ ଅଯୋଧ୍ୟାକୁ ଦିବ୍ୟ ଦେବୀ ସ୍ଥଳ ଭାବରେ ଚିହ୍ନିତ କରିଥିଲେ ସେଥିମଧ୍ୟରୁ ଗୋଟିଏ ହେଉଛି ଏହି ଦିବ୍ୟ ବୃକ୍ଷ ଯାହାକୁ ଆଜି ଲୋକମାନେ ‘ରାମରମା’ ବୃକ୍ଷ ଭାବରେ ପୂଜା କରୁଛନ୍ତି ।

Get real time updates directly on you device, subscribe now.