fbpx

୧୦ଟି ଲକ୍ଷଣକୁ ଆଦୌ ଅଣଦେଖା କରନ୍ତୁନି: JN.1 ସବ-ଭାରିଆଣ୍ଟକୁ ନେଇ AIIMS ପକ୍ଷରୁ ଚେତାବନୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୭୪୩ଟି ନୂଆ ମାମଲା ଚିହ୍ନଟ ହେବା ସହିତ ୭ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । କେରଳରୁ ୩ ଜଣ, କର୍ଣ୍ଣାଟକରୁ ୨ ଜଣ, ତାମିଲନାଡ଼ୁ ଓ ଛତିଶଗଡ଼ରୁ ଜଣେ ଲେଖାଏଁ ମୃତକ ଚିହ୍ନଟ ହୋଇଛନ୍ତି । କୋଭିଡ-୧୯ର ନୂଆ ସବ୍-ଭାରିଆଣ୍ଟ ଜେଏନ.୧କୁ ନେଇ ଏବେ ଦେଶରେ ଚିନ୍ତା ବଢ଼ିଯାଇଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେି ସମସ୍ତ ରାଜ୍ୟ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ତେବେ ଜେଏନ.୧ ସବ୍-ଭାରିଆଣ୍ଟର ଲକ୍ଷଣକୁ ନେଇ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି । ଜେଏନ.୧ ସବ-ଭାରିଆଣ୍ଟର ଲକ୍ଷଣକୁ ଅଣଦେଖା କରିବା ଅନୁଚିତ । ଯଦି ଏହିସବୁ ଲକ୍ଷଣ ଦେଖାଯାଏ ତେବେ ସଙ୍ଗେସଙ୍ଗେ ତା’ର ଯାଞ୍ଚ କରାଇନେବା ଉଚିତ । ଏମ୍ସ ମ୍ୟାନେଜମେଣ୍ଟ ଦ୍ୱାରା ପ୍ରଦତ୍ତ କୋଭିଡ-୧୦ ଗାଇଡଲାଇନ୍ସ ମୁତାବକ, ୧୦ ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ୩୯ ଡିଗ୍ରୀ ସେଲସିୟସ ଉପରେ ଥଣ୍ଡା ରହିଲେ, ଗମ୍ଭୀର ତୀବ୍ର ଶ୍ୱାସ ସଂକ୍ରମଣ (ସାରି) ପରି ଲକ୍ଷଣ ଥିଲେ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବ ।

ଗଳାରେ ସଂକ୍ରମଣ, ନିଦ ନ ଆସିବାରେ ସମସ୍ୟା ଦେଖାଦେବା, ଉଦବେଗ ଆସିବା, ନାକରୁ ସିଂଘାଣି ବୋହିବା, ଥଣ୍ଡା ଲାଗିବା, କାଶ ଆସିବା, ମୁଣ୍ଡ ବ୍ୟଥା ହେବା, ଦୁର୍ବଳତା ବା ଥଣ୍ଡାପଣ ଲାଗିବା, ମାଂପେଶୀରେ ଯନ୍ତ୍ରଣା ହେବା, ଛିଙ୍କ ଆସିବା ଆଦି ଲକ୍ଷଣ ଦେଖାଦେଲେ ତାହା ଇନଫ୍ଲୁଏଞ୍ଜାର ଲକ୍ଷଣ ହୋଇଥାଇପାରେ । ତେଣୁ ସେ କ୍ଷେତ୍ରରେ ପ୍ରଥମରୁ ଟେଷ୍ଟ କରିନେବା ଭଲ ବୋଲି ୟୁକେର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଭ୍ୟାକ୍ସିନେସନ ବା ପୁରୁଣା ସଂକ୍ରମଣରୁ ପ୍ରାପ୍ତ ହୋଇଥିବା ଆଣ୍ଟିବଡି କାରଣରୁ ନୂଆ ଭାରିଆଣ୍ଟର ଲକ୍ଷଣର ପରିବର୍ତ୍ତନ ବିଷୟରେ କହିବା ମୁସ୍କିଲ ।

ତେବେ ଭାରତୀୟମାନେ ପୂର୍ବରୁ ଓମିକ୍ରମନର ଭାରିଆଣ୍ଟ ସମେତ ଅନେକ ସବ-ଭାରିଆଣ୍ଟ ସମ୍ପର୍କରେ ଆସିବା ସହିତ ସେମାନେ ଭାକ୍ସିନ ନେଇସାରିଛନ୍ତି । ତେଣୁ ନୂଆ ଭାରିଆଣ୍ଟରେ ଗମ୍ଭୀର ବୀମାରୀର ଆଶଙ୍କା କମ୍ । ସଂକ୍ରମଣରୁ ବର୍ତ୍ତିବା ପାଇଁ ଭିଡ଼ ସ୍ଥାନରୁ ଦୂରେଇ ରହିବା ସହିତ କାଶିବା ଓ ଛିଙ୍କିବା ସମୟରେ ମୁହଁ-ନାକକୁ ବନ୍ଦ କରିବା, ହାତକୁ ଧୋଇବା ଆବଶ୍ୟକ ବୋଲି ହେଲଥ୍ ଏକ୍ସପର୍ଟ କହିଛନ୍ତି ।

Get real time updates directly on you device, subscribe now.