fbpx

ଏଥର ପାକିସ୍ତାନରେ ନିର୍ବାଚନ ଲଢ଼ିବେ ଚର୍ଚ୍ଚିତ ଅଭିନେତ୍ରୀ “ନୁର ବୁଖାରୀ”, ସବୁଦିନ ପାଇଁ ଛାଡିଦେଲେ ଫିଲ୍ମ କ୍ୟାରିୟର

ନୂଆଦିଲ୍ଲୀ: ଆସନ୍ତାବର୍ଷ ଫେବୃଆରୀ ୮ ତାରିଖରେ ହେବାକୁ ଯାଉଛି ପାକିସ୍ତାନରେ ସାଧାରଣ ନିର୍ବାଚନ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜର ରଣକୌଶଳ ଆପଣାଇଛନ୍ତି। ତେବେ ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଏଥର ମୈଦାନକୁ ଅନେକ ହେବିୱେଟ୍ ଓହ୍ଲାଇଛନ୍ତି। ସେପଟେ ଏହି ହେବିୱେଟଙ୍କ ମଧ୍ୟରେ କିଛି ଅଭିନେତା ମଧ୍ୟ ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ଏହିପରି ଭାବେ ପାକିସ୍ତାନର ଖୁବ ଜଣାଶୁଣା ଅଭିନେତ୍ରୀ ନୁର ବୁଖାରୀ ନିର୍ବାଚନ ଲଢିବା ପାଇଁ ନିଜ ଫିଲ୍ମ କ୍ୟାରିୟର ଛାଡିଛନ୍ତି। ସେ ନିଜର ୨୩ବର୍ଷ ଫିଲ୍ମ କ୍ୟାରିୟରକୁ ଛାଡି ଚଳିତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୁର ପଞ୍ଜାବ ନିର୍ବାଚନ ମଣ୍ଡଳୀର ସିଟ୍‌ ସଂଖ୍ୟା ପିପି-୧୬୩ ପାଇଁ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସିଟ୍‌ ମହିଳାଙ୍କ ପାଇଁ ସଂରକ୍ଷିତ ଥାଏ ବୋଲି ସୂଚନା ରହିଛି। ତେବେ ଗୁରୁବାର ଦିନ ସେ ପଞ୍ଜାବ ପ୍ରାନ୍ତର ନିର୍ବାଚନ ଆୟୋଗ କାର୍ୟ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବାର ନଜର ଆସିଥିଲେ।

କିଏ ଏହି ନୁର ବୁଖାରୀ?

ନୁର ବୁଖାରୀଙ୍କ ପ୍ରକୃତ ନାମ ସାରା ଓ ତାଙ୍କ ସ୍ୱାମୀ ଅବନ ଚୌଧରୀଙ୍କ ପ୍ରକୃତ ନାମ ହେଉଛି ଅବନ ସକଲିନ। ନୁର ୫ ଥର ବିବାହ କରିଥିବା ସୂଚନା ରହିଛି। ଏହିପରି ତାଙ୍କର ୫ଜଣ ସ୍ୱାମୀ ଅଛନ୍ତି। ନୁରଙ୍କର ପ୍ରଥମ ବିବାହ ୨୦୦୮ରେ ହୋଇଥିଲା। ୨୦୨୦ରେ ତାଙ୍କର ସବୁଠୁ ଚର୍ଚ୍ଚିତ ବିବାହ ହୋଇଥିଲା, ଯେଉଁଥିରେ ସେ ଅବନ ଚୌଧୁରୀଙ୍କୁ ବିବାହ କରିଥିଲେ। ଅବନ ପାକିସ୍ତାନୀ ଦଳ ଆଇପିପିର ନେତା ଅଟନ୍ତି। ୨୦୧୨ରେ ସେ ଅବନଙ୍କୁ ବିବାହ କରିଥିଲେ କିନ୍ତୁ ତାଙ୍କର ଛାଡପତ୍ର ହୋଇଯାଇଥିଲା। ପରେ ୨୦୨୦ରେ ସେ ତାଙ୍କୁ ପୁନଃ ବିବାହ କରିଥିଲେ।

ଅଭିନେତ୍ରୀ ନୁର ବୁଖାରୀଙ୍କ ଫିଲ୍ମ କ୍ୟାରିୟର:-

୨୦୦୦ରେ ଅଭିନେତ୍ରୀ ନୁର ବୁଖାରୀଙ୍କ ଫିଲ୍ମ ଜଗତରେ ଡେବ୍ୟୁ କରିଥିଲେ। ଚର୍ଚ୍ଚିତ ଫିଲ୍ମ ‘ମୁଝେ ଚାନ୍ଦ ଚାହିଏ’ରେ ନୁର ଅନେକ ଦର୍ଶକଙ୍କ ହୃତୟ ଜିତିପାରିଥିଲେ। ତେବେ ୨୨ବର୍ଷରେ ସେ ୪୪ଟି ଉର୍ଦ୍ଦୁ ଓ ୨୦ଟି ପଞ୍ଜାବୀ ଫିଲ୍ମରେ ଅଭିନୟ କରିଛନ୍ତି। ସେହିପରି ନୁର ବଡ ପରଦାରେ ଅଭିନୟ କରିବା ସହ ଅନେକ ପାକିସ୍ତାନୀ ଟିଭି ସୋ’ରେ ଅଭିନୟ କରିଛନ୍ତି। ଅନ୍ୟପଟେ ସେ ଟିଭି ବିଜ୍ଞାପନ, ଫ୍ୟାଶନ ଅଭିଯାନ ପାଇଁ ମଧ୍ୟ ମଡେଲିଂ କରିଛନ୍ତି। ୨୦୧୭ରେ ନୁର ଖୁବ୍‌ ଚର୍ଚ୍ଚାକୁ ଆସିଥିଲେ, ସେତେବେଳେ ସେ ଫିଲ୍ମ କ୍ୟାରିୟର ଛାଡିବା ନେଇ ଘୋଷଣା କରିଥିଲେ। ପରେ ସେ ୟୁଟ୍ୟୁବରେ ନିଜର ଚ୍ୟାନେଲ ଲଞ୍ଚ କରିଥିଲେ। ଏହି ଚର୍ଚ୍ଚିତ ଅଭିନେତ୍ରୀ ଜଣେ ନିର୍ଦ୍ଦେଶକ, ମଡେଲ ଓ ଟେଲିଭିଜନ ହୋଷ୍ଟ ଭାବେ ମଧ୍ୟ କାମ କରିଛନ୍ତି। ତେବେ ସାରା ବିଶ୍ୱରେ ପାକିସ୍ତାନର ସ୍ଥିତି ଶୌଚନୀୟ ଥିବା ବେଳେ ଅଭିନେତା ବା ସେଲିବ୍ରେଟି ମାନେ ରାଜନୀତିକୁ ଆସି, ଦେଶକୁ କେଉଁ ଫାଇଦା ଦେବେ ସେନେଇ ଏକ ଚର୍ଚ୍ଚା ଦେଖିବାକୁ ମିଳିଛି।

Get real time updates directly on you device, subscribe now.