fbpx

ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ, ବିରାଜିଲେ ପ୍ରଭୁ ଶ୍ରୀରାମ

ଅଯୋଧ୍ୟା: ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ ହୋଇଛି । କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କଲେ । ମୁଖ୍ୟ ଯଜମାନ ଭାବରେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରାଣ ପ୍ରତିଷ୍ଠା ବେଳେ ଆକାଶ ମାର୍ଗରୁ ହେଲିକପ୍ଟରରେ ହେଲା ପୁଷ୍ପ ବର୍ଷା ।

ଦେଶ ଲାଗି ଆଜିର ଦିନ ଏକ ଐତିହାସକ ଦିନ । ଅଯୋଧ୍ୟାର ନବନିର୍ମିତ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯାଇଛି । ପ୍ରାଣ ପ୍ରତିଷ୍ଠା ପରେ ରାମଲଲାଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି ଯାହା ରାମ ଭକ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛି ।

Get real time updates directly on you device, subscribe now.