fbpx

Vitamin Dର ଅଭାବ କାରଣରୁ ଦେଖାଦେଇଥାଏ ଏହି ଲକ୍ଷଣ, ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ

ଓଡ଼ିଶା ଭାସ୍କର: ସୁସ୍ଥ ଶରୀର ପାଇଁ ସନ୍ତୁଳିତ ଆହାର ସହ ବ୍ୟାୟାମ ଓ ନିଦ୍ରା ଆବଶ୍ୟକ ହୋଇଥାଏ । କିନ୍ତୁ ଆଜିକାଲି ଲୋକମାନେ କର୍ମବ୍ୟସ୍ତତା କାରଣରୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରୁଛନ୍ତି । ଫଳରେ ସେମାନଙ୍କ କ୍ଷେତ୍ରରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି । ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି Vitamin D । ସୂର୍ଯ୍ୟ କିରଣ, ମାଛ, କ୍ଷୀର, କମଳା, Cod Liver Oil ଇତ୍ୟାଦିରେ Vitamin D ର ମାତ୍ରା ଅଧିକ ଥାଏ । ମୁଡ୍ ସ୍ୱିଙ୍ଗ୍‌, ମାଂସପେଶୀରେ ଯନ୍ତ୍ରଣା, ଡିପ୍ରେସନ୍‌, ବିଳମ୍ବରେ ଘା’ ଠିକ୍ ହେବା, ହାଡ଼ ଦୁର୍ବଳ ହେବା ପରି ଲକ୍ଷଣ ଦେଖାଦେଇଥାଏ । Vitamin D ର ଅଭାବ ଯୋଗୁଁ ପିଲାମାନେ ରିକେଟ୍‌ସ(Rickets)ର ଶିକାର ହୋଇଥାନ୍ତି । ସେହିପରି ବୟସ୍କ ଲୋକମାନଙ୍କ କ୍ଷେତ୍ରରେ Osteomalaciaର ଲକ୍ଷଣ ଦେଖା ଦେଇଥାଏ । ଏହି ଦୁଇଟି ସ୍ଥିତିରେ ହାଡ଼ ନରମ ହେବା ସହ ଦୁର୍ବଳ ହୋଇଥାଏ ।

ତେବେ ଶରୀରରେ ଏପରି କିଛି ଲକ୍ଷଣ ଦିଏ ଯାହା Vitamin Dର ଅଭାବକୁ ସୂଚାଇଥାଏ ।

୧. ଆପଣଙ୍କ ତ୍ୱଚା ହଳଦିଆ କିମ୍ବା ଶୁଖିଲା ଦେଖାଗଲେ ଶରୀରରେ Vitamin Dର ଅଭାବ ରହିଛି ବୋଲି ଜାଣିବେ ।

୨. ସାଧାରଣତଃ ଜଳବାୟୁ ପରିବର୍ତ୍ତନ କିମ୍ବା ପ୍ରଦୂଷଣ କାରଣରୁ କେଶ ଝଡ଼ିଥାଏ । କିନ୍ତୁ Vitamin Dର ଅଭାବ କାରଣରୁ ବି କେଶ ଝଡ଼ିବା ସମସ୍ୟା ଦେଖା ଦେଇଥାଏ । Vitamin D କେଶକୁ ମଜବୁତ ରଖିବା ସହ କେଶର ଚମକ ବଜାୟ ରଖିଥାଏ ।

୩. ଅଧିକ ଝାଳ ବୋହିବା ବି Vitamin Dର ଅଭାବକୁ ସୂଚାଇଥାଏ ।

୪. ତ୍ୱଚାରେ ଭାଙ୍ଗ ପଡ଼ିଯିବା ଓ ହାତ ଶିଥିଳ ଦେଖାଯିବା ଶୀଘ୍ର ବାର୍ଦ୍ଧକ୍ୟର ଲକ୍ଷଣ । Vitamin Dର ଅଭାବ କାରଣରୁ ଏପରି ହୋଇଥାଏ ।

୫. ଚର୍ମ ଶୁଖିଲା ଦେଖାଗଲେ ବା କୌଣସି ପ୍ରକାର ଆଲର୍ଜୀ ହେବାର ଲକ୍ଷଣ Eczemaକୁ ସୂଚାଇଥାଏ । ତ୍ୱଚାର ରଂଗ ଧଳା ପଡ଼ିଯିବା, ତ୍ୱତାର ଚୋପା ଛାଡ଼ିବା, ଫୁଲିଯିବା ବା ଯନ୍ତ୍ରଣା ଅନୁଭବ ହେବା ଇତ୍ୟାଦି Vitamin Dର ଅଭାବ କାରଣରୁ ହୋଇଥାଏ ।

Vitamin Dର ସବୁଠାରୁ ଉତ୍ତମ ସ୍ରୋତ ହେଉଛି ସୂର୍ଯ୍ୟ କିରଣ । ତେଣୁ ପ୍ରତ୍ୟେକ ଦିନ ସକାଳେ ୫ରୁ ୧୦ ମିନିଟ୍ ସୂର୍ଯ୍ୟ କିରଣରେ କିଛି ସମୟ ବିତାନ୍ତୁ । ଡାଏଟ୍ ଚାର୍ଟରେ Vitamin D ସ୍ରୋତ ଥିବା ଖାଦ୍ୟପେୟ ସାମିଲ କରନ୍ତୁ ।

 

Get real time updates directly on you device, subscribe now.