Breaking: ରାମ ମନ୍ଦିରର ୬୦% ନିର୍ମାଣ କାର୍ଯ୍ୟ ସରିଛି, ବାକି ଅଛି ୪୦%, ୨୦୨୫ରେ ମନ୍ଦିର କାର୍ଯ୍ୟ ହେବ ସମ୍ପୂର୍ଣ୍ଣ

ଅଯୋଧ୍ୟା: ଆସନ୍ତା ବର୍ଷ ଜୁନ୍ ମାସରେ ଶେଷ ହେବ ଅଯୋଧ୍ୟା ରାମ ମନ୍ଦିର କାର୍ଯ୍ୟ । ଏନେଇ ସୂଚନା ଦେଇଛନ୍ତି, ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର । ବର୍ତ୍ତମାନ ସୁଦ୍ଧା ମନ୍ଦିରର ୬୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।
ମନ୍ଦିରରେ ନିର୍ମାଣ ହେବାକୁ ଥିବା ଡିଜିଟାଲ ଗ୍ୟାଲେରୀ କାର୍ଯ୍ୟ ୨୦୨୫ ସେପ୍ଟେମ୍ବର ସୁଦ୍ଧା ସରିବ ।

ମନ୍ଦିରରେ ନିର୍ମାଣ ହୋଇଥିବା ମ୍ୟୁଜିୟମ କାନ୍ଥରେ ୮୫ ମୁରାଲ ନିର୍ମାଣ ବାକି ଥିବାବେଳେ ୬୦ ମୁରାଲ କାର୍ଯ୍ୟ ଆରମ୍ଭ ହୋଇସାରିଛି ।

ଚଳିତବର୍ଷ ଜାନୁୟାରୀ ୨୨ ତାରିଖରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ସ୍ୱତନ୍ତ୍ର ପୂଜା କରିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ବହୁ ନେତା-ମନ୍ତ୍ରୀ, ଆଦାନୀ, ଅମ୍ବାନୀ ପରିବାର ସମେତ ବଲିଉଡ୍ ସେଲିବ୍ରିଟି ଯୋଗ ଦେଇଥିଲେ ।