ଆୟୁଷ ମହାତ୍ରେ ରଚିଲେ ଇତିହାସ, ବିସ୍ଫୋରକ ବ୍ୟାଟିଂରେ ଭାଙ୍ଗିଦେଲେ Brendan McCullumଙ୍କ ୨୪ ବର୍ଷର ପୁରୁଣା ରେକର୍ଡ
ଚେମସଫୋର୍ଡରେ ବିସ୍ଫୋରକ ବ୍ୟାଟିଂ କରି ଆୟୁଷ ମହାତ୍ରେ Brendan McCullumଙ୍କ ୨୪ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ଅଣ୍ଡର-୧୯ ଟିମ ମଧ୍ୟରେ ଖେଳାଯାଇଥିବା ଦୁଇ ମ୍ୟାଚ ବିଶିଷ୍ଟ ୟୁଥ ଟେଷ୍ଟ ସିରିଜ ଶେଷ ହୋଇଛି। ଉଭୟ ମୁକାବିଲା ଡ୍ର ଥିଲା। ହେଲେ ଏଠାରେ ଭାରତୀୟ ଯୁବ କ୍ରିକେଟର ଯେଉଁଭଳି ପ୍ରଦର୍ଶନ କରିଛନ୍ତି, ତାକୁ ଦେଖି ସମସ୍ତେ ଖୁସି ହୋଇଯାଇଛନ୍ତି।
ସିରିଜର ଶେଷ ମୁକାବିଲା ୨୦ ଜୁଲାଇ ମଧ୍ୟରେ ଚେମ୍ସଫୋର୍ଡରେ ଖେଳାଯାଇଛି। ଏଠାରେ କ୍ୟାପ୍ଟେନ ଆୟୁଷ ମହାତ୍ରେ ନିଜ ଟିମକୁ ଜିତାଇବା ଲାଗି ପ୍ରାଣପ୍ରଣେ ଚେଷ୍ଟା କରିଥିଲେ, ହେଲେ ସେ ଅସଫଳ ରହିଛନ୍ତି।
ପ୍ରଥମ ଇନିଂସରେ ୮୦ ରନ କରିଥିବା ଭାରତୀୟ କ୍ୟାପ୍ଟେନଙ୍କ ବ୍ୟାଟ୍ ଦ୍ୱିତୀୟ ଇନିଂସରେ ମଧ୍ୟ ଖୁବ ଧମାଲ କରିଛି। ଇନିଂସର ଆରମ୍ଭ କରି ସେ ପ୍ରଥମେ ୨୫ ବଲରେ ଅର୍ଦ୍ଧଶତକ କରିଥିଲେ।
ଏହାପରେ ୬୪ତମ ବଲରେ ସେ ଶତକ ପୂରଣ କରିବାରେ ସଫଳତା ହାସଲ କରିଛନ୍ତି। ମ୍ୟାଚ ସମୟରେ ସେ ସମୁଦାୟ ୮୦ ବଲର ସାମ୍ନା କରିଛନ୍ତି। ଏହାରି ମଧ୍ୟରେ ୧୫୭.୫୦ର ଷ୍ଟ୍ରାଇକ ରେଟରେ ୧୨୬ ରନର ଇନିଂସ ଖେଳିଛନ୍ତି।
ଆୟୁଷ କଲେ ରେକର୍ଡ: ୧୮ ବର୍ଷୀୟ ମହାତ୍ରେ ଦ୍ୱିତୀୟ ଟେଷ୍ଟ ମୁକାବିଲାରେ ସମୁଦାୟ ୧୭୦ ବଲର ସାମ୍ନା କରିଛନ୍ତି। ଏହାରି ମଧ୍ୟରେ ୨୦୬ ରନ କରିବାରେ ସେ ସଫଳତା ହାସଲ କରିଛନ୍ତି।
ଏହି ସମୟରେ ତାଙ୍କର ଷ୍ଟ୍ରାଇକ ରେଟ ୧୨୧.୧୭ ରହିଛି। ଏଥିସହ ସେ ଇଂଲଣ୍ଡ କ୍ରିକେଟ ଟିମର ଏବେ ଥିବା ହେଡ କୋଚ ଏବଂ ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ପୂର୍ବତନ କ୍ୟାପ୍ଟେନ Brendan McCullumଙ୍କର ୨୪ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଦେଇଛନ୍ତି।
Brendan McCullum ୨୦୦୧ରେ କରିଥିଲେ ଏହି ରେକର୍ଡ: ୨୦୦୧ରେ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଏକ ୟୁଥ ଟେଷ୍ଟ ମ୍ୟାଚରେ Brendan McCullum ୨୦୦ରୁ ଅଧିକ ରନ କରିଥିଲେ।
ଏହି ସମୟରେ ତାଙ୍କର ଷ୍ଟ୍ରାଇକ ରେଟ ୧୦୮.୪୧ ରହିଥିଲା। ସେ ଇଂଲଣ୍ଡ ବିପକ୍ଷରେ ଚେମ୍ସଫୋର୍ଡ ୟୁଥ ଟେଷ୍ଟରେ ଆୟୁଷ ୧୨୧.୧୭ର ଷ୍ଟ୍ରାଇକ ରେଟରେ ରନ କରି ସେ ବଡ଼ ଉପଲବ୍ଧି ନିଜ ନାଁରେ କରିଛନ୍ତି।