BREAKING: ‘ଆୟୁଷ୍ମାନ ଭାରତ’ ଯୋଜନା: ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା 'ଆୟୁଷ୍ମାନ ଭାରତ' ଯୋଜନାର ଶୁଭାରମ୍ଭ କରିଛନ୍ତି। ତଳ ବାଲିଯାତ୍ରା ପଡ଼ିଆରେ ଶହ ଶହ ଲୋଙ୍କ ଉପସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ଜେପି ନଡ୍ଡା।
କଟକ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଜିଠୁ ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଓ ‘ଆୟୁଷ୍ମାନ ବୟୋ ବନ୍ଦନା’ର ଯୋଜନାର ଶୁଭାରମ୍ଭ ହୋଇଛି।
ତଳ ବାଲିଯାତ୍ରା ପଡ଼ିଆରେ ଶହ ଶହ ଲୋଙ୍କ ଉପସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ଜେପି ନଡ୍ଡା। ପ୍ରାୟ ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା। ଦେଶର ୨୯ ହଜାରରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା
ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବା ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ଜେପି ନଡ୍ଡା। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ଅଧ୍ୟକ୍ଷ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, କନକ ବର୍ଦ୍ଧନ ସିଂହଦେବ ଜେପି ନଡ୍ଡାଙ୍କୁ ସ୍ୱାଗତ କରିଥିଲେ। ଏହା ପରେ କଟକ ଗସ୍ତରେ ବାହାରିଥିଲେ ଜେପି ନଡ୍ଡା।
ଆୟୁଷ୍ମାନ ଭାରତ ଯୋଜନା ଶୁଭାରମ୍ଭ ଅବସରରେ କଟକ ତଳ ବାଲିଯାତ୍ରା ପଡ଼ିଆରେ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, କନକ ବର୍ଦ୍ଧନ ସିଂହଦେବ ମଧ୍ୟ ଉପସ୍ଥିତ ଥିଲେ।
ଏହା ସହ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା,କଟକ ସାଂସଦ ଭର୍ତ୍ତୁହରି ମହତାବ ସହ ଅନ୍ୟ ବିଜେପି ନେତା ମଧ୍ୟ ଉପସ୍ଥିତ ଥିଲେ।